୧୦୦ ନୁହେଁ ‘ନ୍ୟୁ ଇଣ୍ଡିଆ’ ଗଠନ ପାଇଁ ୧୦୦୦ ଦିନିଆ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦୀ, ଜାଣନ୍ତୁ ନୂଆ ଭାରତ ପରିକଳ୍ପନାରେ କାହାକୁ ଦିଆଯାଇଛି ଗୁରୁତ୍ୱ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ୱିତୀୟ ପାଳି ଶାସନ କାର୍ଯ୍ୟକାଳ ପ୍ରାରମ୍ଭରେ ୧୦୦ ଦିନିଆ ନୁହେଁ, ୧୦୦୦ ଦିନିଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ୧୦୦୦ ଦିନିଆ ଯୋଜନା ୨୦୨୨ ମସିହା ପ୍ରଥମ ଭାଗ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।  ୨୦୨୨ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ୭୫ ତମ ସ୍ୱାଧୀନତା ଦିବସ ମନାଇବାକୁ ଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ମୋଦୀ ଏହି ପ୍ରସ୍ତୁତି ଚଳାଇଛନ୍ତି।

ଏହି ୧୦୦୦ ଦିନିଆ ଯୋଜନାରେ ଅନେକ କିଛି ରହିଛି। କୃଷିରୁ ନେଇ ମହାକାଶ ପର୍ଯ୍ୟନ୍ତ ମହିଳାମାନଙ୍କୁ ସଶକ୍ତ କରାଇ ମୋଦୀ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ‘ନ୍ୟୁ ଇଣ୍ଡିଆ’ ଗଠନ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରା କରିବା ପାଇଁ ମନସ୍ଥ କରିଛନ୍ତି।

ସରକାରୀ ସୂତ୍ରରୁ ଶୁଣିବାକୁ ମିଳିଛି ଯେ ‘୧୦୦୦ ଦିନିଆ ଯୋଜନାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଆମକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ମନ୍ତ୍ରୀ ଏବଂ ବିଭାଗୀୟ ମୁଖ୍ୟ ୨୦୨୨ ସୁଦ୍ଧା ଜନତାକୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରା କରିବାକୁ କୁହାଯାଇଛି।’

MetroMirror

ଏ ସଂପର୍କରେ ମୋଦୀ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପୂର୍ବରୁ ଭାରତୀୟ ମାନେ ଏକ ନୂଆ ଭାରତ ବା ଶକ୍ତିିଶାଳୀ ଭାରତବର୍ଷକୁ ନେଇ ଗର୍ବ ଅନୁଭବ କରିବେ। ୨୦୨୨ ମସିହା ସୁଦ୍ଧା ଏହା ପୂରା ହେବ।

ମୋଦୀଙ୍କ ଏହି ୧୦୦୦ ଦିନିଆ ଯୋଜନା ମଧ୍ୟରେ ଚାଷୀମାନଙ୍କ ରୋଜଗାର ବୃଦ୍ଧିରୁ ନେଇ ୪୦,୦୦୦ ଏମ୍‌ଡବ୍ଲୁ ରୁଫଟପ୍‌ ସୌରଶକ୍ତି ପ୍ରକଳ୍ପ, ସମସ୍ତଙ୍କ ପାଇଁ ଘର, ମହିଳା ସଶକ୍ତିକରଣ, ମହାକାଶକୁ ମାନବ ପଠାଇବା ଆଦି ଲକ୍ଷ୍ୟ ଆଦି ସାମିଲ୍‌ ଅଛି।

ସମ୍ବନ୍ଧିତ ଖବର