ଆଇନରେ ପରିବର୍ତ୍ତନ ଆଣିଲେ ମୋଦୀ କ୍ୟାବିନେଟ : ୨୪ ସପ୍ତାହରେ ବି ହୋଇପାରିବ ଗର୍ଭପାତ

ନୂଆଦିଲ୍ଲୀ : ଗର୍ଭପାତ କରିବାର ସମୟ ସୀମାକୁ ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର କ୍ୟାବିନେଟ ପୂର୍ବ ଆଇନରେ ପରିବର୍ତ୍ତନ ଆଣି ୨୦ ସପ୍ତାହ ପରିବର୍ତ୍ତେ ୨୪ ସପ୍ତାହକୁ ମଞ୍ଜୁର କରିଛନ୍ତି। ଆଜି ‘ମେଡିକାଲ ଟର୍ମିନେସନ ଅଫ ପ୍ରେଗ୍‌ନାନ୍‌ସି ଆମେଣ୍ଡମେଣ୍ଟ ବିଲ୍‌-୨୦୨୦’କୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଥିବା‌ ‘ମେଡିକାଲ ଟର୍ମିନେସନ ଅଫ୍‌ ପ୍ରେଗ୍‌ନାନ୍‌ସି ଆକ୍ଟ-୧୯୭୧ ଆଇନ ଅନୁସାରେ ଗର୍ଭପାତର ସମୟ ସୀମା ୨୦ ସପ୍ତାହ ଥିଲା। ମାତ୍ର, ନୂଆ ବିଲ୍‌ରେ ଏହାକୁ ୨୪ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ଅଧିବେଶନରେ ଏହି ବିଲ୍‌କୁ ସଂସଦରେ ଆଗତ କରାଯିବ ବୋଲି କ୍ୟାବିନେଟ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର