ନୂଆଦିଲ୍ଲୀ : କଂଗ୍ରେସର ବିରୋଧକୁ ଅଣଦେଖା କରି ଆଜି ନରେନ୍ଦ୍ର ମୋଦି ସରକାର ଲୋକପାଳ ଚୟନ କମିଟି ଗଠନ କରିଛନ୍ତି। ଏହି ୮ ଜଣିଆ ଚୟନ କମିଟିର ମୁଖ୍ୟ ଭାବେ ସୁପ୍ରିମ୍ କୋର୍ଟର ପୂର୍ବ ବିଚାରପତି ରଂଜନ ପ୍ରକାଶ ଦେଶାଇଙ୍କୁ ନିଯୁକ୍ତି ଦିଆଯାଇଛି। କମିଟିରେ ଏସବିଆଇର ପୂର୍ବ ମୁଖ୍ୟ ଅରୁନ୍ଧତି ଭଟ୍ଟାଚାର୍ଯ୍ୟ, ପ୍ରସାର ଭାରତୀର ପୂର୍ବ ଅଧ୍ୟକ୍ଷ ଏ ସୂର୍ଯ୍ୟ ପ୍ରକାଶ, ଇସ୍ରୋର ପୂର୍ବତନ ମୁଖ୍ୟ ଏ.ଏସ୍. କିରଣ କୁମାର ସଦସ୍ୟ ରହିଛନ୍ତି। ସେମାନଙ୍କ ବ୍ୟତୀତ ଜଷ୍ଟିସ୍ ସଖା ରାମ ସିଂହ ଯାଦବ, ପୂର୍ବ ଗୁଜରାଟ ପୁଲିସ ମୁଖ୍ୟ ଏସ.ଏସ୍. ଖଣ୍ଡାୱାଲା, ଅବସରପ୍ରାପ୍ତ ଆଇଏସ୍ ଅଫିସର ଲଲିତ କେ ପନ୍ୱାର ଏବଂ ପୂର୍ବ ସଲିସିଟିର ଜେନେରାଲ ରଂଜିତ କୁମାର ଚୟନ କମିଟିରେ ଅଛନ୍ତି।
ଲୋକପାଳ ଚୟନ କମିଟି ଗଠନ କଲେ ସରକାର
/sambad/media/post_attachments/wp-content/uploads/2018/09/lok.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)