ବିଜୟ ମାଲ୍ୟାଙ୍କ ଟୁଇଟ୍ : ଏବେ ମୁଁ ଭାରତରେ ପୋଷ୍ଟର ବୟ
ନୂଆଦିଲ୍ଲୀ: ଭାରତୀୟ ବ୍ୟାଙ୍କ୍ଗୁଡ଼ିକଠାରୁ କୋଟି କୋଟି ଟଙ୍କା ଋଣ ନେଇ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟା ଆଜି ସକାଳେ ଏକ ଟୁଇଟ୍ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଭାରତରେ ଏବେ ସେ ଜଣେ ପୋଷ୍ଟର ବୟ। ଏହା ପ୍ରମାଣିତ ବି ହୋଇଛି। ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା ବି ଉଲ୍ଲେଖ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Saw PM Modi’s interview in which he takes my name and says that even though I owe Rs 9000 crores to Banks, his Govt has attached my assets worth Rs 14,000 https://t.co/PabfqYtncb the highest authority has confirmed full recovery. Why do BJP spokesmen continue their rhetoric?
— Vijay Mallya (@TheVijayMallya) 31 March 2019
ବିଜୟ ମାଲ୍ୟା ଟୁଇଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ କହିଥିଲେ ଯେ ମାଲ୍ୟା ୯ ହଜାର କୋଟି ପଇଠ କରିବାକୁ ଥିବା ବେଳେ କେନ୍ଦ୍ର ସରକାର ତାଙ୍କ ଠାରୁ ୧୪ ହଜାର କୋଟି ଟଙ୍କା ଆଦୟ କରି ସାରିଛି। ବିଜୟ ମାଲ୍ୟା ଆହୁରି ଉଲ୍ଲେଖ କରିଛନ୍ତି ଯେ ତାଙ୍କଠାରୁ ଅର୍ଥ ଆଦାୟ ହେବା ପରେ ମଧ୍ୟ ବିଜେପିର ଲୋକେ କାହିଁକି ଏବେ ବି ପୁରୁଣା କଥାକୁ ଦୋହରାଉଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ,ଏହା ପୂର୍ବରୁ ମଧ୍ୟ ବିଜୟ ମାଲ୍ୟା ଟୁଇଟ୍ ଜରିଆରେ ବ୍ୟାଙ୍କ୍ଗୁଡିକ ଉପରେ ବର୍ଷିଥିଲେ। ବ୍ୟାଙ୍କ୍ଗୁଡିକ ଚୋର ବୋଲି ଦର୍ଶାଉଥିବାର ସେ ଅଭିଯୋଗ ଆଣିଥିଲେ।