ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସୋମବାର କହିଛନ୍ତି ଯେ, ଲଦାଖରେ ଚୀନ୍ ଅନୁପ୍ରବେଶ ସମ୍ପର୍କରେ ସରକାରଙ୍କ ରଣକୌଶଳ ହେଲା- ‘ଡିଡିଏଲ୍ଜେ- ଡିନାଏ (ଫାଙ୍କିବା), ଡିଷ୍ଟ୍ରାକ୍ଟ (ଧ୍ୟାନକୁ ଅନ୍ୟ ଆଡ଼କୁ ଟାଣିନେବା), ଲାଇ (ମିଛ କହିବା), ଜଷ୍ଟିଫାଏ (ଯୁକ୍ତିଯୁକ୍ତ ବୋଲି ପ୍ରମାଣ କରିବା)। ବହିର୍ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ‘ମିଛ ଖବର ପ୍ରସାର କରୁଛନ୍ତି’ ବୋଲି ରାହୁଲ ଗାନ୍ଧିଙ୍କୁ ଇଙ୍ଗିତ କରି ଯାହା କହିଥିଲେ, ତାହାର ପ୍ରତିକ୍ରିୟାରେ ରମେଶ ଏହା ଟ୍ବିଟ୍ କରିଛନ୍ତି। ରମେଶ ଲେଖିଛନ୍ତି, ମୋଦୀ ସରକାରଙ୍କ ଡିଡିଏଲ୍ଜେ ସଂସ୍କରଣରେ ବହିର୍ବ୍ୟାପାର ମନ୍ତ୍ରୀ ତାରକା ଭୂମିକା ନିଭାଉଛନ୍ତି। ଶନିବାର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ ଯେ, କିଛି ଲୋକ ଚୀନ୍ ପ୍ରସଙ୍ଗରେ ଜାଣିଶୁଣି ମିଛ ଖବର ପ୍ରସାରଣ କରୁଛନ୍ତି। କେବଳ ରାଜନୀତି ପାଇଁ ସେମାନେ ଏହା କରୁଛନ୍ତି। ୧୯୬୨ରେ ଚୀନ୍ ଭାରତ ପାଖରୁ ଛଡ଼ାଇନେଇଥିବା ଜମିକୁ ଚୀନ୍ ଏବେ ନେଇଛି ବୋଲି ସେମାନେ ପ୍ରଚାର କରୁଛନ୍ତି।
ମୋଦୀ ସରକାର ‘ଡିଡିଏଲ୍ଜେ’ ନୀତି ଧରିଛନ୍ତି: ଜୟରାମ
/sambad/media/post_attachments/wp-content/uploads/2023/01/54sfh654sfh64f5hfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)