ଧାରା ୩୭୧ ଉଠାଇବା ନେଇ କୌଣସି ଯୋଜନା ନାହିଁ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଙ୍କୁ ଶାହାଙ୍କ ଆଶ୍ୱାସନା

ନୂଆଦିଲ୍ଲୀ : ସମ୍ବିଧାନର ଧାରା ୩୭୧ ଉଠାଇବା ଲାଗି ମୋଦୀ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି । ଲୋକସଭାରେ ସେ କହିଛନ୍ତି ଯେ ସରକାର ଧାରା ୩୭୦ ଉଠାଇବା ପରେ ୩୭୧ ମଧ୍ୟ ଉଠାଇଦେବେ ବୋଲି ପ୍ରକାଶ ପାଉଥିବା ଆଶଙ୍କା ଅମୂଳକ ।

ସମ୍ବିଧାନର ଧାରା ୩୭୦ ପରି ୩୭୧ ରେ ମଧ୍ୟ କେତେକ ରାଜ୍ୟକୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥାଏ । ଏହି ଧାରା ଅନୁସାରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ସେମାନଙ୍କ ଆଦିବାସୀ ସଂସ୍କୃତିର ସୁରକ୍ଷା ଦିଗରେ କେତେକ ବ୍ୟବସ୍ଥା ରହିଛି । ଏହି ଧାରା ମାଧ୍ୟମରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଗୋଆ ମଧ୍ୟ କେତେକ ସ୍ୱତନ୍ତ୍ର କ୍ଷମତା ପାଇଛନ୍ତି ।

ଆଜି ଲୋକସଭାରେ ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ ଉପରେ ଆଲୋଚନା ଚାଲିଥିବାବେଳେ କଂଗ୍ରେସ ନେତା ଶଶୀ ଥରୁର କହିଥିଲେ ଯେ କେନ୍ଦ୍ର ସରକାର ଯେପରି ଧାରା ୩୭୦ ଉଠାଇଦେଲେ, ୩୭୧ ମଧ୍ୟ ଯେ ନ ଉଠାଇବେ ସେ ଗ୍ୟାରେଣ୍ଟି କିଏ ଦେବ ? ଏହାର ଜବାବରେ ଅମିତ ଶାହା କହିଛନ୍ତି ଯେ ଧାରା ୩୭୧ ଉଠାଇବା ଲାଗି ମୋଦୀ ସରକାରଙ୍କର କୌଣସି ଅଭିପ୍ରାୟ କିମ୍ବା ଯୋଜନା ନାହିଁ ।

ସମ୍ବନ୍ଧିତ ଖବର