ଭାରତୀୟ ସହରଗୁଡ଼ିକରେ କେବୁଲ କାର ବ୍ୟବସ୍ଥା ଆରମ୍ଭ କରିବାକୁ ମୋଦି ସରକାରଙ୍କ ଯୋଜନା, ଅଷ୍ଟ୍ରେଲିଆ କମ୍ପାନି ସହ ଏମଓୟୁ

ନୂଆଦିଲ୍ଲୀ : ଭାରତୀୟ ସହରଗୁଡ଼ିକରେ ଦିନକୁ ଦିନ ଭିଡ଼ ବଢୁଛି, ଏହା ସହିତ ଟ୍ରାଫିକ ସମସ୍ୟା ମଧ୍ୟ ଜଟିଳ ହେଉଛି । ଯେତେ ଚଉଡା ରାସ୍ତା, ଫ୍ଲାଇଓଭର କଲେ ମଧ୍ୟ ତାହା ଯଥେଷ୍ଟ ହେଉନାହିଁ । ଏହାର ସମାଧାନ ପାଇଁ ସରକାର ଅତ୍ୟାଧୁନିକ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବା ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି । ନୂଆ ନୂଆ ପ୍ରକାରର ପରିବହନ ବ୍ୟବସ୍ଥା ଦେଶରେ ଆରମ୍ଭ କରିବାକୁ ସରକାର ଯୋଜନା କରୁଛନ୍ତି । ଏହା ମଧ୍ୟରେ ରହିଛି କେବୁଲ କାର ଓ ରୋପେଓ୍ଵ । ଏହି ଟେକନଲୋଜୀ ନୂଆ ନହେଲେ ମଧ୍ୟରେ ଏବେ ଏଥରେ ଅନେକ ଅଗ୍ରଗତି ହୋଇଛି । ଦେଶର ବିଭିନ୍ନ ସହର ଓ ଶୈଳନିବାସରେ କେବୁଲ କାର ଓ ରୋପେଓ୍ଵ ଚଳାଇବାକୁ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ସରକାର ରାଷ୍ଟ୍ରାୟତ ଉଦ୍ୟୋଗ ଓ୍ଵାପକସ ଓ ଅଷ୍ଟ୍ରେଲିଆ କମ୍ପାନି ଡୋପଲମାୟର ସହ ଏକ ଏମଓୟୁ କରିଛନ୍ତି । ଅଷ୍ଟ୍ରେଲିଆର ଏହି କମ୍ପାନି କେବୁଲ କାର ଓ ରୋପେଓ୍ଵ ଟେକନଲୋଜୀ କ୍ଷେତ୍ରରେ ବିଶ୍ୱରେ ଏକ ଅଗ୍ରଣୀ କମ୍ପାନି । ଏହି କମ୍ପାନି ସହାୟତରେ ଦେଶର ବିଭିନ୍ନ ସହରରେ ଏହି ପ୍ରକାରର କେବୁଲ କାର ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି । ବଲିଭିଆ, ସ୍ୱିଜରଲ୍ୟାଣ୍ଡ, ଭିଏତନାମ, ଅଷ୍ଟ୍ରେଲିଆ ଆଦି ବିଶ୍ୱ ଅନେକ ଦେଶରେ କେବୁଲ କାରର ବହୁଳ ପ୍ରଚଳନ ଅଛି ।

ସମ୍ବନ୍ଧିତ ଖବର