କଂଗ୍ରେସରେ ଯୋଗ ଦେବା ପରେ ଉର୍ମିଲାଙ୍କ ବୟାନ, ମୋଦି ବହୁତ ଭଲ କିନ୍ତୁ ତାଙ୍କ ନୀତି ଖରାପ

ମୁମ୍ବାଇ : ଗତକାଲି ବିଧିବଦ୍ଧ ଭାବରେ କଂଗ୍ରେସରେ ଯୋଗ ଦେଇଥିଲେ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ଯୋଗ ଦେବାର ଗୋଟେ ଦିନ ପରେ ହିଁ ସେ ବିଜେପି ସରକାରଙ୍କ ବିରୋଧରେ ବୟାନବାଜି ଆରମ୍ଭ କରି ଦେଇଛନ୍ତି । ରାଜନୀତିରେ ଯୋଗ ଦେବାର ଦ୍ୱିତୀୟ ଦିନରେ ମୋଦି ସରକାର ଦେଶରେ ଅସହିଷ୍ଣୁତା ବଢ଼ାଉଥିବାର ଅଭିଯୋଗ କରିଛନ୍ତି । ଏହା ସହ ମୋଦି ସରକାର ଏବଂ ତାଙ୍କ ନୀତି ଉପରେ ମଧ୍ୟ ଉର୍ମିଲା ପ୍ରଶ୍ନ ଉଠାଇଥିବା ଦେଖା ଯାଇଛି । ବ୍ୟକ୍ତିଗତ ଭାବରେ କହିବାକୁ ଗଲେ ମୋଦି ବହୁତ ଭଲ । କିନ୍ତୁ ତାଙ୍କ ନୀତିଗୁଡ଼ିକ ଖରାପ ବୋଲି ଗୁରୁବାର କହିଛନ୍ତି ଉର୍ମିଲା ମାତୋଣ୍ଡକର ।

indiatoday.in

ଏହା ସହ କଂଗ୍ରେସରେ ଯୋଗ ଦେବା ପଛର କାରଣ ପଚରାଯିବା ପରେ, ମୁଁ ଗାନ୍ଧୀଜୀ, ନେହେରୁଜୀଙ୍କ ବିଷୟରେ ବହୁତ କିଛି ପଢ଼ିଛି । ଏହା ସହ ମୋ ପରିବାର ମଧ୍ୟ କଂଗ୍ରେସ ଦଳର ବିଚାରଧାରାକୁ ଅନୁସରଣ କରେ । ଏହା ହେଉଛି ଲୋକତାନ୍ତ୍ରିକ ଦେଶ । ଲୋକମାନେ ନିଜ ଭାବନାକୁ ଏବଂ ସେମାନେ କ’ଣ ଚାହାନ୍ତି ତାହା ଖୋଲାଖୋଲି ଭାବରେ କହିବା ଉଚିତ୍‌ । କିନ୍ତୁ ଆଜିକାଲି କିଛି ବି ମତ ରଖିଲେ, ତା’କୁ ଧର୍ମ ସହ ତୁଳନା କରି ଦିଆ ଯାଉଛି । ଧର୍ମ ନାଁରେ ଲୋକମାନେ ପରସ୍ପରକୁ ହତ୍ୟା କରୁଛନ୍ତି । ଲୋକମାନେ ମୋଦି ସରକାରକୁ ନେଇ ଖୁସି ନାହାନ୍ତି । ୫ବର୍ଷ ପୂର୍ବେ ସେ ଯାହା ପ୍ରତିଶ୍ରୁତି ଦେଇଥିଲେତାକୁ ପୂରା କରିବାରେ ମୋଦି ସରକାର ବିଫଳ ହୋଇଛି । ଏଥି ପାଇଁ ମୁଁ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲି ବୋଲି କହିଛନ୍ତି ଉର୍ମିଲା ।

ସମ୍ବନ୍ଧିତ ଖବର