ମୋଦି ସରକାରଙ୍କ ଶପଥ ଗ୍ରହଣ (ଲାଇଭ ଦେଖନ୍ତୁ) : ମନ୍ତ୍ରୀ ହେବେନି ସୁଷମା, ଗୋଟିଏ ମନ୍ତ୍ରୀପଦ ମିଳିବାରୁ ଜେଡିୟୁ ଅସନ୍ତୁଷ୍ଟ

ନୂଆଦିଲ୍ଲୀ : ମୋଦି ସରକାର ଆଜି ଶପଥ ଗ୍ରହଣ କରୁଥିବାବେଳେ ମୂଳରୁ ହିଁ ବିବାଦ ଦେଖାଦେଇଛି । ବରିଷ୍ଠ ବିଜେପି ନେତା ସୁଷମା ସ୍ୱରାଜ ମଧ୍ୟ ଖରାପ ସ୍ୱାସ୍ଥ୍ୟ କାରଣରୁ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ନାହିଁ ।

ଏନଡିଏର ସହଯୋଗୀ ଦଳ ଜେଡିୟୁକୁ ମାତ୍ର ଗୋଟିଏ ମନ୍ତ୍ରୀପଦ ମିଳିଥିବାରୁ ଶପଥ ନେବାକୁ ମନା କରିଦେଇଛି ଏହି ଦଳ । ଜେଡିୟୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୩ଟି ପଦ ଚାହୁଁଥିବାବେଳେ ଏହାକୁ ମାତ୍ର ଗୋଟିଏ କ୍ୟାବିନେଟ ମନ୍ତ୍ରୀ ଦିଆଯାଇଥିଲା । ଏହାକୁ ବିରୋଧ କରି ଜେଡିୟୁ ନିଜକୁ ଏହି ଶପଥ ସମାରୋହରୁ ଦୂରେଇ ରଖିଛି । ତେବେ ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ସମାରୋହରେ ଯୋଗ ଦେଇଛନ୍ତି ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପୂର୍ବ ସରକାରରେ ବିଦେଶ ମନ୍ତ୍ରୀ ଥିବା ସୁଷମା ସ୍ୱରାଜ ମନ୍ତ୍ରୀମଣ୍ଡଳରେ ସାମିଲ ନହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟଗତ କାରଣରୁ ସେ ମନ୍ତ୍ରୀ ପଦ ନେବାକୁ ମନା କରିଥିବା ଜଣାଯାଇଛି । ପୂର୍ବରୁ ଅରୁଣ ଜେଟଲୀ ମଧ୍ୟ ଖରାପ ସ୍ୱାସ୍ଥ୍ୟ କାରଣରୁ ମନ୍ତ୍ରୀ ହେବାକୁ ମନା କରିଦେଇଥିଲେ ।

ସମ୍ବନ୍ଧିତ ଖବର