ନୂଆଦିଲ୍ଲୀ: ବିଭିନ୍ନ ବିଭାଗର ମନ୍ତ୍ରାଳୟ ବଣ୍ଟନ ସକାଶ ଶୁକ୍ରବାର ଅପରାହ୍ଣ ୫ଟାରେ ନବ ନିର୍ବାଚିତ ମୋଦୀ ସରକାର ପ୍ରଥମ ଥର ପାଇଁ ସାଉଥ୍ ବ୍ଲକ୍ରେ ବୈଠକ ବସାଇବାକୁ ଯାଉଛନ୍ତି। ମନ୍ତ୍ରାଳୟ ଆବଣ୍ଟନ ସଂକ୍ରାନ୍ତରେ କଳ୍ପନାଜଳ୍ପନା ବଢ଼ି ଚାଲିଥିବା ବେଳେ ନବ ନିଯୁକ୍ତ ସରକାର ଏ ସଂକ୍ରାନ୍ତ ଅଗ୍ରଗତି ବିଷୟରେ ମୌନ ରହୁଛି।
ଶପଥ ଗ୍ରହଣର ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ଯିଏ ଏବେ ମୋଦୀ କ୍ୟାବିନେଟ୍ରେ ସାମିଲ ହୋଇଛନ୍ତି, ଦୁଇ ଘଣ୍ଟାକାଳ ରୁଦ୍ଧଦ୍ୱାର ବୈଠକ ବସାଇ ବିଭାଗ ଆବଣ୍ଟନ ସଂକ୍ରାନ୍ତରେ ଆଲୋଚନା କରିଥିଲେ।
ଗୁରୁବାର ସକାଳେ ମଧ୍ୟ ଦୁଇ ନେତା ଆଉ ଥରେ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ।
ବିଜେପି ମୁଖ୍ୟ ଅମିତ ଶାହା, ପୂର୍ବତନ ବୈଦେଶିକ ସଚିବ ଏସ୍ ଜୟଶଙ୍କର ଏବଂ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏବଂ ଅର୍ଜୁନ ମୁଣ୍ଡାଙ୍କ ସମେତ ୫୮ ଜଣିଆ ମନ୍ତ୍ରାଳୟରେ ୨୦ ଜଣ ପ୍ରଥମ କରି କେନ୍ଦ୍ର ମନ୍ତ୍ରୀ ହୋଇଥିବା ସଦସ୍ୟ ସାମିଲ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Modi.jpeg)