ଆର୍‌ଏସ୍‌ଏସ୍‌ ଇସାରାରେ ଚାଲିଛି ମୋଦୀ ସରକାର: ଇମ୍ରାନ

ନୂଆଦିଲ୍ଲୀ: କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆଜି ପୁଣି ଟାର୍ଗେଟ୍‌ କରିଛନ୍ତି। ମୋଦୀ ସରକାର ରାଷ୍ଟ୍ରୀୟ ସ୍ବୟଂ ସେବକ (ଆରଏସ୍‌ଏସ୍‌)ର ଇସାରାରେ ଚାଲୁଛି। ଆର୍‌ଏସ୍‌ଏସ୍‌କୁ ସେ ନାଜି ସହ ତୁଳନା କରିଛନ୍ତି। ରବିବାର ଇମ୍ରାନ କହିଛନ୍ତି। ଭାରତ ସରକାର କଶ୍ମୀରର ଜନସଂଖ୍ୟା ଢାଞ୍ଚାରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ ଚଳାଇଛନ୍ତି। ସେ ବିଶ୍ବ ସମୁଦାୟକୁ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ କରିଛନ୍ତି, ମ୍ୟୁନିକ୍‌ଠାରେ ହିଟଲରଙ୍କୁ ଯେଭଳି ତୁଷ୍ଟୀକରଣ କରାଯାଇଥିଲା ବିଶ୍ବ ଏବେ ତାହା କରିବ କି? ଇମ୍ରାନ ଏହା ମଧ୍ୟ କହିଛନ୍ତି, ନାଜି ଭଳି ଆରଏସ୍‌ଏସ୍‌ ଚିନ୍ତାଧାରାକୁ ନେଇ ସେ ଚିନ୍ତିତ ଅଛନ୍ତି। ଯଦି ଏହି ଆରଏସ୍‌ଏସ୍‌ ଚିନ୍ତାଧାରରେ ପୂର୍ଣ୍ଣଛେଦ ନପଡ଼ିବ ତା’ହେଲେ ଭାରତରେ ମୁସଲମାନମାନେ ଅବଦମିତ ହୋଇ ରହିବେ।

ସମ୍ବନ୍ଧିତ ଖବର