ନୂଆଦିଲ୍ଲୀ: ଏନ୍ଡିଏ ସରକାର କେତୋଟି ଆଇଟି ଆଇନ ପରିବର୍ତ୍ତନ କରୁଛନ୍ତି ବୋଲି ଖବର ମିଳିଛି। ସେଥିରେ ରହିଛି ଆଇଟି ଆଇନର ଧାରା ୭୯ ଯାହା ହ୍ଵାଟ୍ସ୍ଆପ୍ ଏବଂ ଏୟାର୍ଟେଲ୍ ଭଳି ବାର୍ତ୍ତାବାହକମାନଙ୍କୁ ବେଆଇନ୍ କଣ୍ଟେଣ୍ଟ୍ର ତଦାରଖ କରିବାକୁ ବାଧ୍ୟ କରି ପାରେ।
ଅନ୍ୟ ଅର୍ଥରେ କହିବାକୁ ଗଲେ ହ୍ଵାଟ୍ସ୍ଆପ୍ରେ ପ୍ରସାରିତ ହେଉଥିବା କଣ୍ଟେଣ୍ଟ୍ର ଉତ୍ସ, ଆଇଫୋନ୍ ଫେସ୍ଟାଇମ୍ ବା ଆଣ୍ଡ୍ରଏଡ୍ ଫୋନ୍ର ବ୍ୟାକ୍ଅପ୍ ଆଦି ପାଇବା ନିମନ୍ତେ ସରକାର ଉପାୟ କରୁଛନ୍ତି। ଯଦି ଏହା ଲାଗୁ ହୁଏ ତେବେ ହ୍ଵାଟ୍ସ୍ଆପ୍ ଏବଂ ଅନ୍ୟମାନେ ବ୍ୟବହାରକାରୀଙ୍କୁ ମେସେଜ୍, ଇମେଜ୍, ଭିଡିଓ ଆଦି ନିମନ୍ତେ ଯୋଗାଇ ଦେଉଥିବା ଗୋପନୀୟତାକୁ ସରକାର ଆକ୍ସେସ୍ କରି ପାରିବେ। ନଚେତ ସେ ମେସେଜ୍ କିଏ ପଠାଇଛନ୍ତି ଏବଂ କେଉଁଠୁ ତାହା ପ୍ରଥମେ ଆସିଛି ତାହା ଜାଣି ହେବ।