ମୋଦୀ ସରକାରଙ୍କ ‘କରୋନା କବଚ ‘ଆପ୍‌

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ମୁକାବିଲା ପାଇଁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଆଇଟି ମନ୍ତ୍ରାଳୟ ମିଳିତ ଭାବେ ଟ୍ରେକର ଆପ୍‌ ‘କରୋନା କବଚ’ ଲଞ୍ଚ୍‌ କରିଛନ୍ତି। ଲୋକଙ୍କ ସୁରକ୍ଷା ପାଇଁ ଏହି ଆପ୍‌ ପ୍ରସ୍ତୁତ କରାଯାଇଛି , ଯେଉଁଥିରେ କରୋନା ଭାଇରସ୍‌ ସମ୍ପର୍କିତ ସମସ୍ତ ତଥ୍ୟ ଏବଂ ଏହାର ପ୍ର କୋପ ସମ୍ପର୍କରେ ଜାଣି ହେବ। ଏହି ଆପ୍‌ ସହାୟତାରେ ବ୍ୟବହାରକାରୀମାନେ ନିଜ ଉପରେ ସଂକ୍ରମଣ ବିପଦ କେ‌ତେ ରହିଛି ‌ ଏବଂ କିଭଳି ପଦକ୍ଷେପ ନେବାକୁ ହେବ ତାହା ଜାଣିପାରିବେ। ବର୍ତ୍ତମାନ ଏହି ଆପ୍‌ର ସମସ୍ତ ଫିଚର୍‌ ପରୀକ୍ଷା‌ କରାଯାଉଛି ଏବଂ ଖୁବ୍‌ଶୀଘ୍ର ଏହା ଗୁଗ୍‌ଲ ପ୍ଲେଷ୍ଟୋର୍‌ରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର