ଓଡ଼ିଶାବାସୀଙ୍କୁ ଏପ୍ରିଲ ଫୁଲ୍‌ ବନାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି : ରାହୁଲ ଗାନ୍ଧି

ଭୁବନେଶ୍ୱର : ରାଉରକେଲାରେ ଇସ୍ପାତ ସୁପରସ୍ପେଶିଆଲିଟି ହସପିଟାଲ ନିର୍ମାଣରେ ବିଳମ୍ବକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଟ୍ଵିଟରରେ ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଏପ୍ରିଲ ଫୁଲ ବନେଇ ଦେଇଛନ୍ତି ।

 

୨୦୧୫ ଏପ୍ରିଲ ୧ରେ ସେ ରାଉରକେଲାଠାରେ ଏହି ସୁପରସ୍ପେଶିଆଲିଟି ହସପିଟାଲ ପାଇଁ ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ତିନି ବର୍ଷ ବିତିିଯାଇଥିଲେ ମଧ୍ୟ ସେ ନିଜର ପ୍ରତିଶୃତି ପାଳନ କରି ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶୃତି କଥା ମନେ ପକାଇବାକୁ କଂଗ୍ରେସ ଦଳ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ସମସ୍ତେ ଦାନ କରନ୍ତୁ ବୋଲି ସେ କହିଛନ୍ତି । କିନ୍ତୁ ଏହାର ତୁରନ୍ତ ଜବାବ ଦେଇଛନ୍ତି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ରାହୁଲଙ୍କ ଟ୍ଵିଟର ଜବାବ ଦେଇ ସେ ଟ୍ଵିଟ କରିଛନ୍ତି ଯେ ରାହୁଲ ଗାନ୍ଧି ହେଉଛନ୍ତି ମିଛ ଖବରର କାରଖାନା । ସରକାର ଇତି ମଧ୍ୟରେ ଏହି ହସପିଟାଲ ପାଇଁ ୨୦୦ କୋଟି ଟଙ୍କା ମଂଜୁର କରିଛନ୍ତି ଓ ଏହାର ସବିଶେଷ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଦାଖଲ ହୋଇସାରିଛି । କିନ୍ତୁ ରାହୁଲଙ୍କର ସତ କଥାରେ କିଛି ଯାଏ ଆସେ ନାହିଁ ।

ସମ୍ବନ୍ଧିତ ଖବର