ନୂଆଦିଲ୍ଲୀ: କ୍ୟାପିଟଲ ବିଲ୍ଡିଂରେ ହିଂସାକୁ ଉସୁକାଇ ଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ୍କୁ ସ୍ଥାୟୀ ଭାବେ ଅଚଳ କରିଦିଆଯାଇଛି। ଫଳରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟରରେ ଏବେ ସର୍ବାଧିକ ଅନୁଗାମୀ ଥିବା ସକ୍ରିୟ ରାଜନେତା ପାଲଟି ଯାଇଛନ୍ତି। ଟ୍ରମ୍ପଙ୍କୁ ଟ୍ବିଟରରୁ ବିଦା କରିବା ବେଳକୁ ତାଙ୍କର ୮୮.୭ ନିୟୁତ ଅନୁଗାମୀ ଥିବାବେଳେ ମୋଦୀଙ୍କର ଏବେ ୬୪.୭ ନିୟୁତ ଅନୁଗାମୀ ଅଛନ୍ତି। ତେବେ ରାଜନେତାଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଅନୁଗାମୀଙ୍କ ସଂଖ୍ୟା ସବୁଠୁ ଅଧିକ ଅର୍ଥାତ୍ ୧୨୭.୯ ନିୟୁତ ରହିଛନ୍ତି। ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କର ୨୪.୨ ନିୟୁତ ଅନୁଗାମୀ ଥିବାବେଳେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କର ୨୩.୩ ନିୟୁତ ଅନୁଗାମୀ ରହିଛନ୍ତି।
ଟ୍ବିଟର୍ରେ ସକ୍ରିୟ ରାଜନେତାଙ୍କ ମଧ୍ୟରେ ମୋଦୀଙ୍କ ଅନୁଗାମୀ ସର୍ବାଧିକ
/sambad/media/post_attachments/wp-content/uploads/2021/01/pm-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)