ନୂଆଦିଲ୍ଲୀ: ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ଓ ପନିରସେଲଭମ ଗତବର୍ଷ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀଙ୍କ ଗୋଷ୍ଠୀ ସହ ତାଙ୍କ ଗୋଷ୍ଠୀର ମିଶ୍ରଣ ଘଟାଇଥିବା ବେଳେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶକ୍ରମେ ହୋଇଥିଲା ବୋଲି ଆଜି କହିଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କଏକ ବୈଠକରେ ପନିର୍ କହିଛନ୍ତି ଯେ ଗତବର୍ଷ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ସାକ୍ଷାତ କାର୍ଯ୍ୟକ୍ରମ ବେଳେ ଦୁଇ ଗୋଷ୍ଠୀର ମିଶ୍ରଣ ପାଇଁ ପ୍ରଧାନମନ୍ତ୍ରୀ ପରମର୍ଶ ଦେଇଥିଲେ । ଦଳକୁ ରକ୍ଷା କରିବା ପାଇଁ ଏହି ମିଶ୍ରଣ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେବାପରେ ମିଶ୍ରଣ ପାଇଁ ସେ ତୟାର ହୋଇଥିଲେ ବୋଲି ପନିର୍ କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ସାକ୍ଷାତ କେବେ ହୋଇଥିଲା ସେ ସଂପର୍କରେ ପନିର୍ କିଛି କହିନାହାନ୍ତି। ଅଗଷ୍ଟ ୨୦୧୭ରେ ଏଆଇଏଡିଏମ୍କେର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ହୋଇଥିଲା। ଡିସେମ୍ବର ୨୦୧୬ରେ ଦଳ ସୁପ୍ରିମୋ ଜେ ଜୟଲଳିତାଙ୍କ ବିୟୋଗ ପରେ ପନିରସେଲଭମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଦଳରେ ବିଭାଜନ ହେବାପରେ ସାଂଗଠନିକ ଦୁର୍ବଳତା ଦେଖାଦେଇଥିଲା ଏବଂ ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ପଲାନିସ୍ୱାମୀଙ୍କ ସହିତ ହାତ ମିଳାଇ ଏଆଇଏଡିଏମ୍କେକୁ ରକ୍ଷା କରିବାକୁ ହେବ ବୋଲି କହିଥିଲେ ବୋଲି ପନିର୍ କହିଛନ୍ତି । ଆମ୍ମା ଜୟଲଳିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦଳକୁ ଶକ୍ତିଶାଳୀ କରିବାକୁ ମୁଁ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିଛି ଏବଂ ଆଜି ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବାରେ ମୋର କିଛି ସମସ୍ୟା ନାହିଁ ବୋଲି ପନିର୍ କହିଛନ୍ତି।
ମୋଦିଙ୍କ କଥାରେ ପଲାନି-ପନିର୍ ଏକାଠି ହୋଇଥିଲେ
/sambad/media/post_attachments/wp-content/uploads/2018/02/pm-modi-pti-650_650x400_61435434903-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)