୧୦ ଟଙ୍କାରେ ମିଳିବ ୪ଟି ମୋଦୀ ଇଡ଼ଲି

ସାଲେମ: ଦକ୍ଷିଣ ଭାରତର ପ୍ରସିଦ୍ଧ ଖାଦ୍ୟ ଇଡଲି ଖାଉଥିବା ଲୋକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ତାମିଲନାଡୁର ସାଲେମରେ ଜନସାଧାରଣଙ୍କୁ ‘ମୋଦୀ ଇଡଲି’ ବିକ୍ରୟ ପାଇଁ ଏକ ପ୍ରସ୍ତୁତି ଚାଲିଛି। ରିପୋର୍ଟ ଅନୁଯାୟୀ, ମହେଶ୍ୱର ନାମକ ବ୍ୟବସାୟୀ ‘ମୋଦୀ ଇଡଲି’ ଆରମ୍ଭ କରିବାକୁ ଯାଉଛନ୍ତି | ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ‘ମୋଦୀ ଇଡଲି’ ପୋଷ୍ଟର ଲଗାଯାଇଛି।

ଏହି ପୋଷ୍ଟରରେ ବାମ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡାହାଣ ପାର୍ଶ୍ୱରେ ମହେଶଙ୍କ ଚିତ୍ର ରହିଛି। ଆହୁରି ମଧ୍ୟ, ୧୦ ଟଙ୍କାରେ ଚାରିଟି ଇଡଲି ମିଳିବ ବୋଲି ଲେଖାଯାଇଛି | ୧୦ ଟଙ୍କାରେ ୪ଟି ଇଡ଼ଲି ସାଙ୍ଗକୁ ସାମ୍ବର ମଧ୍ୟ ମିଳିବ |

photo-Patrika

ପ୍ରଥମେ ଇଡଲି ବିକ୍ରୟ ପାଇଁ ୨୨ ଟି ଦୋକାନ ଖୋଲିବାର ଯୋଜନା ରହିଛି। ଏହାର ସଫଳତା ଉପରେ ଆଧାର କରି ଆଉଟଲେଟ୍ ସଂଖ୍ୟା ଆହୁରି ବୃଦ୍ଧି ପାଇବ | ଚଳିତ ବର୍ଷ ତାମିଲନାଡୁର ଅନେକ ସ୍ଥାନକୁ କମ୍ ମୂଲ୍ୟରେ ଇଡଲି ବିକ୍ରୟ କରିବାକୁ ପ୍ରସ୍ତାବ ଦିଆଯାଇଛି | ସୂଚନା ଥାଉ କି ମହେଶ୍ୱର ମୋଦୀଙ୍କର ଜଣେ ବଡ ପ୍ରଶଂସକ ଓ ବିଜେପି କାର୍ଯ୍ୟକର୍ତ୍ତା ବୋଲି ଜଣାପଡିଛି |

ସମ୍ବନ୍ଧିତ ଖବର

Comments are closed.