ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ହେଉଛି ମିନି ଇଣ୍ଡିଆ: ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଏକ ସ୍ୱତନ୍ତ୍ର ଡାକ ଟିକଟ ଜାରି କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯାହା ବି ଦେଶରେ ଅଛି, ତାହା ଉପରେ ସମସ୍ତ ନାଗରିକଙ୍କର ଅଧିକାର ଅଛି ଏବଂ ସମ୍ବିଧାନରେ ନାଗରିକଙ୍କୁ ଯାହା ବି ଅଧିକାର ଦିଆଯାଇଛି ତାହା ମିଳିଛି |

ମୋଦୀ କହିଛନ୍ତି ଯେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଲକ୍ଷ ଲକ୍ଷ ଯୁବକ ମଧ୍ୟରେ ନୂତନ ଚିନ୍ତାଧାରା ସୃଷ୍ଟି କରିଛି | କରୋନା ସମୟରେ,ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ସମାଜକୁ ସାହାଯ୍ୟ କରିଥିଲା | ପ୍ଲାଜମା ବ୍ୟାଙ୍କ ନିର୍ମାଣ ସହ ପ୍ରଧାନମନ୍ତ୍ରୀ କେୟାର ପାଣ୍ଠିରେ ବିପୁଳ ପରିମାଣର ଅବଦାନ ଦେବାରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲା |

ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଏକ ମିନି ଇଣ୍ଡିଆ ଅଛି ଯେଉଁଠାରେ ଉର୍ଦ୍ଦୁ-ହିନ୍ଦୀ-ଆରବୀ-ସଂସ୍କୃତ ଶିକ୍ଷା ଦିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଠାରେ ଇସଲାମ ବିଷୟରେ କରାଯାଇଥିବା ଗବେଷଣା ଯୋଗୁଁ ଇସଲାମିକ ଦେଶମାନଙ୍କ ସହିତ ଭାରତର ଭଲ ସମ୍ପର୍କ ଅଛି | ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଧର୍ମ କିମ୍ବା ଜାତି ନିର୍ବିଶେଷରେ ସମସ୍ତଙ୍କୁ ସେବା କରିବାକୁ, ସାର୍ ସୟଦଙ୍କ ସନ୍ଦେଶ ଦେଇଥିଲେ । ଆଉ ଆଜି ଦେଶର ପ୍ରତ୍ୟେକ ନାଗରିକ ବିନା କୌଣସି ଭେଦଭାବରେ ବିକାଶର ଲାଭ ପାଇଛନ୍ତି।

ସମ୍ବନ୍ଧିତ ଖବର