ନୂଆଦିଲ୍ଲୀ: ବୋଡ଼ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବାପରେ ଆଜି ଆସାମ ଗସ୍ତରେ ପ୍ରଥମ ଥର ପାଇଁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋର୍ଦାର ସ୍ବାଗତ କରାଯାଇଛି। ପ୍ରଧାନମନ୍ତ୍ରୀ କୋକ୍ରାଝାରରେ ଅନୁଷ୍ଠିତ ରୢାଲିରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଆମେ ଆସାମରେ କେବେ ବି ପୁଣି ଆତଙ୍କର ଅନ୍ଧକାରକୁ ଫେରିବାକୁ ଦେବୁନାହିଁ। କେନ୍ଦ୍ର ସରକାର, ଆସାମ ସରକାର ଏବଂ ବୋଡ଼େ ଆନ୍ଦୋଳନ ସହିତ ସଂପୃକ୍ତ ସମସ୍ତ ସଂଗଠନ ଯେଉଁ ଐତିହାସିକ ବୁଝାମଣାରେ ସ୍ବାକ୍ଷର କରିଛନ୍ତି ତାହା ଏହି ଅଞ୍ଚଳରେ ନୂତନ ସୂର୍ଯ୍ୟୋଦୟ ଆଣିଛି। ବିକାଶ ହିଁ ଆମର ପ୍ରଥମ ଓ ଶେଷ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଏହି ରୢାଲିରେ ପ୍ରଧାନମନ୍ତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ କଡ଼ା ପ୍ରହାର କରିଛନ୍ତି। ରାହୁଲ ନିକଟରେ ଏକ ରୢାଲିରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୬ ମାସ ପରେ ଲୋକେ ଠେଙ୍ଗାରେ ପିଟିବେ। ଏହାର ଜବାବରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି, ମୋ ଉପରେ ଏତେ ସଂଖ୍ୟାରେ ମା’ ଏବଂ ଭଉଣୀମାନଙ୍କ ଆଶୀର୍ବାଦ ରହିଛି ଏବଂ ଏହାଦ୍ବାରା ମୋର ବିଶ୍ବାସ ଆହୁରି ବଢ଼ିଯାଇଛି। ସେମାନେ ମତେ ଠେଙ୍ଗାରେ ମାରିବା କଥା କହୁଛନ୍ତି। କିନ୍ତୁ ଯାହାକୁ ମା-ଭଉଣୀଙ୍କର ଏଭଳି ସୁରକ୍ଷା କବଚ ମିଳିଛି, ତାହା ଉପରେ କେତେ ଠେଙ୍ଗା ମାଡ଼ ହେଲେ ବି କିଛି ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆସାମ ଗସ୍ତରେ ନରେନ୍ଦ୍ର ମୋଦୀ: ବୋଡ଼ୋ ଶାନ୍ତି ଚୁକ୍ତି ସମର୍ଥନରେ ବିଶାଳ ରାଲି, ଆସାମରେ ଆତଙ୍କବାଦ ଫେରିବାକୁ ଦେବୁନାହିଁ
‘ଠେଙ୍ଗା ମାଡ଼’ ବୟାନ ନେଇ ରାହୁଲଙ୍କୁ ଘେରିଲେ ମୋଦୀ
/sambad/media/post_attachments/wp-content/uploads/2020/02/Modi-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)