ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ କରିଛନ୍ତି। ମୋଦୀ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ ଏହା ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀକୁ ଦ୍ବିତୀୟ ଗସ୍ତ। ଗତ ମେ’ ୨୭ ତାରିଖରେ ସେ ପ୍ରଥମ ଥର ପାଇଁ ବାରଣାସୀ ଗସ୍ତ କରିଥିଲେ। ଆଜି ବାରଣାସୀରୁ ମୋଦୀ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି। କାଶୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, କାଶୀରୁ ମତେ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିବା ସୁଯୋଗ ମିଳିଛି। ଏହା ବିଜେପିକୁ ଆହୁରି ଅଧିକ ସୁଦୃଢ଼ କରିବ। ସଂଯୋଗବଶତଃ ଜନସଂଘ ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୧୮ତମ ଜନ୍ମବାର୍ଷିକୀ ଅବସରରେ ଏହି ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଶ୍ୟାମ ପ୍ରସାଦଙ୍କ ଜନ୍ମବାର୍ଷିକୀ ଅବସରରେ ମୋଦୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାରଣାସୀ ବିମାନବନ୍ଦରରେ ମୋଦୀ ଆଜି ଲାଲ୍ ବାହାଦୁର ଶାସ୍ତ୍ରୀଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ମୋଦୀଙ୍କ ସହ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେିପ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରାଜ୍ୟ ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେ ଉପସ୍ଥିତ ଥିଲେ। ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ପରେ ମୋଦୀ ଏକ ବୃକ୍ଷରୋପଣ ଅଭିଯାନ ‘ଆନନ୍ଦ କାନନ’ ଆରମ୍ଭ କରିଛନ୍ତି।
ବାରଣାସୀରେ ମୋଦୀ, ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ
/sambad/media/post_attachments/wp-content/uploads/2019/07/modi-in-varanasi-1562392165-lb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)