ଦିଲ୍ଲୀରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ମୋଦୀ!

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହାରାଲି । ନାଗରିକତା ସଂଶୋଧନ ଆଇନକୁ ନେଇ ହେଉଥିବା ପ୍ରତିବାଦ ରାଲି ଭିତରେ, ଆଜି ଦିଲ୍ଲୀ ରାମଳୀଳା ମୈଦାନରେ ‘ଧନ୍ୟବାଦ ରାଲି’ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀରେ ଥିବା ଅଣସ୍ୱୀକୃତି ପ୍ରାପ୍ତ କଲୋନୀଗୁଡିକୁ ସ୍ୱୀକୃତି ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଏହି ରାଲି ଅନୁଷ୍ଠିତ ହୋଇଛି | ଏଥିରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ କେନ୍ଦ୍ରୀୟ ନେତା ଓ ବିଜେପିର ପଦାଧିକାରୀମାନେ ସାମିଲ ହୋଇଛନ୍ତି ।

The Indian Express

ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ସକାଳ ଆଣିବା ପାଇଁ ବିଜେପିକୁ ସୁଯୋଗ ମିଳିଛି । ସାଧାରଣ ଜନତାଙ୍କ ଘର ପାଇଁ ବିଭିନ୍ନ ପ୍ରକାର ବାଧା ସୃଷ୍ଟି କରାଯାଉଥିଲା । ହେଲେ ପ୍ରଧାନମନ୍ତ୍ରୀ ଉଦୟ ଯୋଜନାରେ ଲୋକଙ୍କୁ ଘର ଅଧିକାର ମିଳିଛି । ନିର୍ବାଚନ ଆସିଲେ ଲୋକଙ୍କୁ ପ୍ରତିଶ୍ରୁତି ଦିଆଯାଉଥିଲା, ଆଉ ସେହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାକୁ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିଲା । ହେଲେ ଅଣସ୍ୱୀକୃତି ପ୍ରାପ୍ତ କଲୋନୀର ବିକାଶ କାମ ବିଜେପି ହାତକୁ ନେଇଥିବା କହିଛନ୍ତି ନରେନ୍ଦ୍ର ମୋଦୀ ।

କୁହାଯାଉଛି ଆଗାମୀ ୨୦୨୦ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏହି ରାଲିରେ ବିଗୁଲ ଫୁଙ୍କିଛି ବିଜେପି । ଦିଲ୍ଲୀରେ ଅବୈଧ ଭାବେ ଗଢି ଉଠିଥିବା ୧୭ଶହ ୩୪ କଲୋନୀକୁ ନିୟମିତ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ଉଦ୍ଦେଶ୍ୟରେ ଏହି ରାଲିର ଆୟୋଜନ କରିଛି ବିଜେପି । ଦିଲ୍ଲୀରେ ଆସନ୍ତା ଫେବୃୟାରୀ ମାସରେ ନିର୍ବାଚନ ହେବାର ସମ୍ଭାବନା ରହିଛି |

ସମ୍ବନ୍ଧିତ ଖବର