ନୂଆଦିଲ୍ଲୀ: ବିଭାଜନକାରୀ ଦେଶବିରୋଧୀ ଶକ୍ତିମାନେ ଦେଶରେ ଚାଲିଆସିଥିବା ଜାତିଆଣ ଦୁର୍ବଳତାର ଫାଇଦା ଉଠାଇ ହିଂସା ଭିଆଉଛନ୍ତି ଏବଂ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସେମାନଙ୍କୁ ଚିହ୍ନଟ କରି ନିଷ୍କ୍ରିୟ କରିଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେବଡ଼ିଆରେ ଅନୁଷ୍ଠିତ ଡିଜିପି-ଆଇଜିପି ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି। ପୁଲିସ ବାହିନୀଙ୍କୁ ଅଧିକ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆତଙ୍କବାଦର ମୁକାବିଲା ଏବଂ ଦେଶର ଏକତାର ସୁରକ୍ଷା ଦିଗରେ କୌଣସି ସାଲିସ ନକରି କାର୍ଯ୍ୟ କରିବା ଆବଶ୍ୟକ। ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଦମନ କ୍ଷେତ୍ରରେ ପୁଲିସର ଭୂମିକା ଅତୀବ ପ୍ରଶଂସନୀୟ। ବିଭାଜନକାରୀ ଶକ୍ତିଙ୍କୁ ବିଫଳ କରିବା ଦିଗରେ ପୁଲିସ ବାହିନୀ ସୋସିଆଲ୍ ମିଡିଆକୁ ଦକ୍ଷତାର ସହ ବ୍ୟବହାର କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଡିଜିପି-ଆଇଜିପି ସମ୍ମିଳନୀରେ ମୋଦୀଙ୍କ ଆହ୍ବାନ: ବିଭାଜନକାରୀ ଶକ୍ତିଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ଜରୁରୀ
/sambad/media/post_attachments/wp-content/uploads/2018/12/modi-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)