ଜାକର୍ତ୍ତାରେ ମନ ମୋହିଲା ମୋଦିଙ୍କ ଏହି ରଙ୍ଗିନ୍ ଫୁଲପକା ସାର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ତିନିଦିନିଆ ଇନ୍ଦୋନେସିଆ, ମାଲେସିୟା ଓ ସିଙ୍ଗାପୁର ଗସ୍ତରେ ଅଛନ୍ତି। ମେ’ ୨୯ ତାରିଖ ଦିନ ଆରମ୍ଭ ହୋଇଥିବା ଗସ୍ତରେ ସେ ଜାକର୍ତ୍ତାରେ ପହଞ୍ଚି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡୋଙ୍କୁ ସାକ୍ଷାତ୍‌ କରିଥିଲେ।

ଇଣ୍ଡୋନେସିଆରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସୁନ୍ଦର ସମ୍ଭାଷଣ ଦେଇଥିଲେ।

କିନ୍ତୁ ସବୁଠୁ ଚିତାକର୍ଷକ ଥିଲା ପ୍ରଧାନମନ୍ତ୍ରୀ ପିନ୍ଧିଥିବା ସାର୍ଟ। ମୋଦି ପିନ୍ଧିଥିଲେ କମଳା ରଙ୍ଗର କଲାର୍‌ ଥିବା ଗୋଟାଏ ଫୁଲପକା ପାରମ୍ପରିକ ଇଣ୍ଡୋନେସୀୟ ସାର୍ଟ। ରେଶମ ସାର୍ଟରେ କରାଯାଇଥିଲା ବାଟିକ୍‌ ଚିତ୍ରକଳା। ଏ ସାର୍ଟକୁ ସାଜିଲା ଭଳି କ୍ରିମ୍‌ କଲର୍‌ ଫର୍ମାଲ୍‌ ପ୍ୟାଣ୍ଟ୍‌ ଓ ବାଦମୀ ରଙ୍ଗର ଲୋଫାର୍‌ ଜୋତା ପିନ୍ଧିଥିଲେ ମୋଦି।

ଏ ଭଳି ଠାଣିରେ ମୋଦି ଜନମନ ହରଣ କରିଥିଲେ।

୨୦୧୬ରେ ମୋଦି ମୋଜାମ୍ବିକ୍‌, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ ଓ କେନିଆ ଗସ୍ତରେ ଯାଇଥିଲେ। ଜୋହାନ୍‌ସ୍‌ବର୍ଗରେ ଭାରତୀୟ ବଂଶୋଦ୍ଭବଙ୍କ ରାଲିରେ ସେ ଇଣ୍ଡୋନେସୀୟ ବାଟିକ୍‌ ପ୍ରିଣ୍ଟ୍‌ ଥିବା ମାଦିବା ସାର୍ଟ ପିନ୍ଧିଥିଲେ। ମାଦିବା ସାର୍ଟ ପିନ୍ଧୁଥିଲେ ନେଲ୍‌ସନ୍‌ ମଣ୍ଡେଲା। ସେଥର ବି ମୋଦି ଧ୍ୟାନ ଆକର୍ଷଣର କେନ୍ଦ୍ର ହୋଇ ପାରିଥିଲେ।

ସମ୍ବନ୍ଧିତ ଖବର