‌‌ମନ୍‌ କୀ ବାତ୍‌ରେ ଦେଶବାସୀଙ୍କୁ ମୋଦୀଙ୍କ ଆହ୍ବାନ: ଗୁଜବରେ ବିଶ୍ବାସ ନକରି ଟିକା ନିଅ, ମୋର ୧୦୦ ବର୍ଷର ମା’ ମଧ୍ୟ ଟିକା ନେଇଛନ୍ତି

ନୂଆଦିଲ୍ଲୀ: କରୋନା ଟିକା ସଂପର୍କରେ ହେଉଥିବା କୌଣସି ପ୍ରକାର ଗୁଜବରେ ବିଶ୍ବାସ କରନ୍ତୁ ନାହିଁ। ଶୁଣାକଥାକୁ ନଶୁଣି ତୁରନ୍ତ ଟିକା ନିଅନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୭୮ତମ ସଂସ୍କରଣରେ ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କ ମାଆଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ତାଙ୍କ ମାଆଙ୍କୁ ପାଖାପାଖି ୧୦୦ ‌ବର୍ଷ ହୋଇଥିଲେ ମଧ୍ୟ ସେ ଟିକା ନେଇଛନ୍ତି। ସେ ବି ନିଜେ ଦୁଇଟି ଯାକ ଟିକା ନେଇଥିବାର ଅଭିଜ୍ଞତା କହିଛନ୍ତି। ଟିକାର ଗୁରୁତ୍ବ ସଂପର୍କରେ ସଚେତନ ହେବା ସହିତ ଅନ୍ୟମାନଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଟିକା ବିକାଶ କରିବାରେ ବୈଜ୍ଞାନିକ ଓ ନିର୍ମାତାଙ୍କ ଉଦ୍ୟମକୁ ମୋଦୀ ଉଲ୍ଲେଖ କରିବା ସହିତ ଭାରତ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ମାଗଣା ଟିକା ନେବାକୁ ଶ୍ରୋତାମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ କର୍ମୀ, ବିଶେଷକରି ଡାକ୍ତରଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କରୋନା ମହାମାରୀ ବିରୋଧରେ ସେମାନଙ୍କ ନିରନ୍ତର କାର୍ଯ୍ୟ ଯୋଗୁ ଚଳିତବର୍ଷର ଜାତୀୟ ଡାକ୍ତର ଦିବସ ଅଧିକ ସ୍ବତନ୍ତ୍ର ହେବ। ପ୍ରତିବର୍ଷ ଜୁଲାଇ ୧ ତାରିଖରେ ଜାତୀୟ ଡାକ୍ତର ଦିବସ ପାଳିତ ହୋଇଥାଏ।

ସମ୍ବନ୍ଧିତ ଖବର