ସଂସଦରେ ଗର୍ଜିଲେ ମୋଦୀ, ରାଷ୍ଟ୍ରପତିଙ୍କ ପାଇଁ ଧନ୍ୟବାଦ ଆଲୋଚନା

ନୂଆଦିଲ୍ଲୀ: ଦେଶକୁ ଯେଉଁମାନେ ଲୁଟ୍ କରିଛନ୍ତି ସେମାନେ ନରେନ୍ଦ୍ର ମୋଦୀଙ୍କୁ ଦେଖିଲେ ଡରିବେ। ସଂସଦରେ ଆଜି ଦେଶବାସୀଙ୍କୁ ଏହି ଭରସା ଦେବା ସହ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି କଂଗ୍ରେସ ଦଳର ଔଦ୍ଧତ୍ୟ ସେମାନଙ୍କ ସଂଖ୍ୟାକୁ ୪୦୦ରୁ ୪୪କୁ ଖସାଇ ଆଣିଛି। କିନ୍ତୁ ଦେଶପ୍ରତି ଆମର ଥିବା ଅଙ୍ଗୀକାରବଦ୍ଧତା ଆମକୁ ୨ଟିରୁ ୨୮୨ ଆସନ ପାଇବାରେ ସହାୟକ ହୋଇଛି। ଦେଶବାସୀଙ୍କ ଅଭିଳାଷ ଆମେ ସବୁବେଳେ ପୂରଣ କରିବୁ। କେବଳ କଂଗ୍ରେସକୁ ନୁହେଁ ଅନ୍ୟ ବିରୋଧୀଦଳ ଗୁଡ଼ିକ ବିଜେପି ବିରୋଧରେ ଯେଉଁ ମହାଗଠବନ୍ଧନ କରିଛନ୍ତି ସେ ତାହାକୁ ମହାବିଲାବଟ୍ ବା ମହା ଅପମିଶ୍ରଣ ବୋଲି କହିଛନ୍ତି। ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ବିତର୍କର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦରେ ଏହା କହିଛନ୍ତି। ଉପା ସରକାରର ଫୋନ୍ ବ୍ୟାଙ୍କିଂ ବେଳେ ହୋଇଥିବା ପ୍ରିୟାପ୍ରୀତିକୁ ଦର୍ଶାଇ ସେ କହିଛନ୍ତି ଏଥିଯୋଗୁ ବ୍ୟାଙ୍କିଂ ବ୍ୟବସ୍ଥାରେ ଅନେକ ସମସ୍ୟା ଦେଖାଦେଇଛି। ଲୁଟେରାମାନଙ୍କୁ କଂଗ୍ରେସ ଲୁଟ୍ କରିବାକୁ ଛାଡ଼ି ଦେଇଥିଲା। ପଳାତକ ୯୦୦୦ କୋଟି ଟଙ୍କା ନେଇ ପଳାଇଥିବା ବେଳେ ମୋଦୀ ସରକାର ୧୩ ହଜାର କୋଟି ଟଙ୍କା ଆଦାୟ କରୁଛନ୍ତି। ତେଣୁ ପଳାତକ ଆଜି କାନ୍ଦୁଛନ୍ତି ବୋଲି ମୋଦୀ କହିଛନ୍ତି। ଚୋର ଏବେ ଚୌକିଦାରକୁ ଗାଳି ଦେଉଛି ବୋଲି ମୋଦୀ କହିଛନ୍ତି।

କଂଗ୍ରେସ ଫେରିଲେ ଦରଦାମ ଫେରେ
ଚୋର ଚୌକିଦାରକୁ ଗାଳି ଦେଉଛି
ଆମ୍ବେଦକର କହିଥିଲେ, କଂଗ୍ରେସରେ ଯୋଗଦେବା ଅର୍ଥ ଆତ୍ମହତ୍ୟା

ଦେଶର ବିକାଶ ସମ୍ପର୍କରେ ମୋଦୀ କହିଛନ୍ତି, ଏନଡିଏ ସରକାରଙ୍କ ସମୟରେ ଦେଶର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ବିଦ୍ୟୁତୀକରଣ ହୋଇଛି। ସାଢ଼େ ୪ ବର୍ଷରେ ୧୦ କୋଟି ପାଇଖାନା ନିର୍ମାଣ ହୋଇଛି। ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି। ଏଥିପାଇଁ ଦେଶରେ ଷ୍ଟେଣ୍ଟ୍‌ ଓ ଔଷଧ ଆଦିର ମୂଲ୍ୟ କମୁଛି।ମୋଦୀ ଏହା କହିଛନ୍ତି, ମୁଦ୍ରାସ୍ଫୀତି ଏବଂ କଂଗ୍ରେସ ମଧ୍ୟରେ ଏକ ଦୃଢ଼ ବନ୍ଧନ ରହିଛି। ଯେତେବେଳେ କଂଗ୍ରେସ ସରକାରକୁ ଆସେ ସେତେବେଳେ ଦରଦାମ ବୃଦ୍ଧି ପାଇଥାଏ।କଂଗ୍ରେସ ଦଳକୁ ଆକ୍ରମଣ କରି ମୋଦୀ କହିଛନ୍ତି, ମହାତ୍ମା ଗାନ୍ଧୀ ସେତେବେଳେ କଂଗ୍ରେସକୁ ଭାଙ୍ଗିଦେବାକୁ ଚାହିଁଥିଲେ। ତେଣୁ କଂଗ୍ରେସମୁକ୍ତ ଭାରତ ମୋର ସ୍ଲୋଗାନ ନୁହେଁ, କିନ୍ତୁ ଗାନ୍ଧୀଙ୍କ ଅଭିଳାଷକୁ ମୁଁ କେବଳ ପୂରଣ କରୁଛି। ଡ.‌ ବାବାସାହେବ ଆମ୍ବେଦକର ସବୁବେଳେ ସମୟଠାରୁ ବହୁ ଆଗକୁ ଚିନ୍ତା କରୁଥିଲେ। ସେ କହିଥିଲେ କଂଗ୍ରେସରେ ଯୋଗଦେବା ଅର୍ଥ ଆତ୍ମହତ୍ୟା କରିବା। ଅନୁଷ୍ଠାନ ଗୁଡ଼ିକୁ ମୋଦୀ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆଜି ଉଠୁଛି। କିନ୍ତୁ ମୋଦୀ କହିଛନ୍ତି, ୧୯୫୯ରେ କେନ୍ଦ୍ରର କଂଗ୍ରେସ ଶାସନ ଥିବାବେଳେ କେରଳ ସରକାରଙ୍କୁ ବରଖାସ୍ତ କରାଯାଇଥିଲା। ଏହାକୁ ୬୦ ବର୍ଷ ପୂରଣ ହେଲାଣି। ତେଣୁ କଂଗ୍ରେସ ଓ ବିରୋଧୀ କି ଅନୁଷ୍ଠାନ ଗୁଡ଼ିକୁ କି ପ୍ରକାର ସମ୍ମାନ ପ୍ରଦାନ ବିଷୟ ସେମାନେ କହୁଛନ୍ତି ବୋଲି ମୋଦୀ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି। କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଜାରି କରିଛି, ସେନାକୁ ଅପମାନିତ କରିଛି। ସେନାମୁଖ୍ୟଙ୍କୁ ଗୁଣ୍ଡା କହିଛି। ଏଥିସହିତ ନିର୍ବାଚନ କମିସନ, ଇଭିଏମ, ନ୍ୟାୟ ବ୍ୟବସ୍ଥାକୁ ସମାଲୋଚନା କରିଛି। କିନ୍ତୁ ଏହି ଦଳ କହୁଛି ମୋଦୀ ଅନୁଷ୍ଠାନ ଗୁଡ଼ିକୁ ନଷ୍ଟ କରୁଛନ୍ତି। ମୋଦୀଙ୍କୁ ଘୃଣା କରିବାକୁ ଯାଇ କଂଗ୍ରେସ ଦେଶକୁ ଘୃଣା କରିଛି। କଂଗ୍ରେସର ବନ୍ଧୁମାନେ ଦୁଇଟି ସମୟ ଅବଧିକୁ ନେଇ ଶାସନକୁ ଦେଖଛନ୍ତି। ସେଥିରୁ ଗୋଟିଏ ହେ‌ଲା ବିସି ବା ବିଫୋର କଂଗ୍ରେସ ଏବଂ ଏଡି ବା ଆଫ୍ଟର ଡାଇନାଷ୍ଟି। କଂଗ୍ରେସ ସରକାର ଅମଳରେ କିଛି ହୋଇ ନଥିଲା। ଏଡି ଅମଳରେ ସବୁକିଛି ହୋଇଛି। ଭାରତ ଗତ ୪ ବର୍ଷ ମଧ୍ୟରେ ସବୁ କ୍ଷେତ୍ରରେ ଅଗ୍ରଗତି ହାସଲ କରିଛି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର