ନୂଆଦିଲ୍ଲୀ : ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆକ୍ରମଣ ଜାରି ରହିଛି । ଗୁରୁବାରଦିନ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଅନ୍ୟବାଦ ପ୍ରସ୍ତାବ ବେଳେ ମୋଦୀ କହିଛନ୍ତି ଯେ ଗୃହରେ କିଛି ସଦସ୍ୟଙ୍କ ଆଚରଣ ଓ ସ୍ୱର ସମଗ୍ର ଦେଶ ପାଇଁ ନିରାଶାଜନକ। ମୁଁ ଏଭଳି ଲୋକଙ୍କୁ କହିବି ଯେ ସେମାନେ ଯେତେ ଅଧିକ କାଦୁଅ ଫିଙ୍ଗିବେ, ପଦ୍ମ ସେତେ ଅଧିକ ଫୁଟିବ। କମଲ ଫୁଟାଇବାରେ ସହାୟତା କରିଥିବାରୁ ମୁଁ ବିରୋଧୀଦଳଙ୍କୁ ଧନ୍ୟବାଦ ଦେବି ବୋଲି ସେ କହିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗୃହରେ ଯାହା ଘଟୁଛି ତାହାକୁ ଦେଶ ଗମ୍ଭୀରତାର ସହ ଶୁଣେ, କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ କିଛି ଲୋକଙ୍କ ସ୍ୱର କେବଳ ଗୃହକୁ ନୁହେଁ ବରଂ ଦେଶକୁ ନିରାଶ କରୁଛି । ମୁଁ ଏଭଳି ଲୋକଙ୍କୁ କହିବି ଯେ ତାଙ୍କ ପାଖରେ କାଦୁଅ ଅଛି, ମୋ ପାଖରେ ଗୁଲାଲ (ହୋଲି ରଂଗ) ଅଛି ।  ତୁମେ ଯେତେ ଅଧିକ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଅଧିକ ଫୁଟିବ । ଏହା ସହିତ ସେ ଗାନ୍ଧି ପରିବାରକୁ ବି ଟାର୍ଗେଟ କରିଥିଲେ ।

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହ ମଝିରେ ପହଞ୍ଚି ଜୋରରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ତେବେ ଏହି ନାରାବାଜି ଓ ଶବ୍ଦ ଭିତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜର ଭାଷଣ ଜାରି ରଖିଥିଲେ।