ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରଠାରୁ ଇଟାଲି ଗସ୍ତରେ ଅଛନ୍ତି। ମୋଦୀ ଜି-୨୦ ସମ୍ମିଳନୀରେ ଯୋଗ ଦେବେ। ଶୁକ୍ରବାର ଦିନ ରୋମ୍ରେ ପହଞ୍ଚିବାପରେ ମୋଦୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରୋମ୍ରେ ପହଞ୍ଚିବାପରେ ମୋଦୀ ଏକ ଟ୍ବିଟ୍ କରି କହିଛନ୍ତି, ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ରୋମ୍ରେ ପହଞ୍ଚିଲି। ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ସଂକ୍ରାନ୍ତରେ ଆଲୋଚନା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ବୋଲି ମୋଦୀ କହିଛନ୍ତି। ଆଜି ସନ୍ଧ୍ୟାରେ ମୋଦୀ ତାଙ୍କ ଇଟାଲୀୟ ପ୍ରତିପକ୍ଷ ମାରିଓ ଦ୍ରାଘିଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆସନ୍ତାକାଲି ମୋଦୀ ଭାଟିକାନରେ ପୋପ୍ ଫ୍ରାନ୍ସିସଙ୍କୁ ଭେଟିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ମୋଦୀଙ୍କର ବୈଠକ ଅଛି। ସେହିପରି ଇଣ୍ଡୋନେସିଆ ଏବଂ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ମଧ୍ୟ ମୋଦୀ ଭେଟିବେ। ରବିବାର ଦିନ ମୋଦୀ ଜି-୨୦ ସମ୍ମିଳନୀରେ ଯୋଗ ଦେବେ।
ରୋମ୍ରେ ମୋଦୀ, ଜି-୨୦ ସମ୍ମିଳନୀରେ ଯୋଗ ଦେବେ
/sambad/media/post_attachments/wp-content/uploads/2021/10/Modi-17.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)