ଅହମ୍ମଦାବାଦ: ଦେଶର ପ୍ରଥମ ସି-ପ୍ଲେନକୁ ଦେଶ ଉଦ୍ଦେଶ୍ୟରେ ଆଜି ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ଗୁଜରାଟର କେୱଡିଆଠାରେ ମୋଦୀ ଏକ ୱାଟର ଏରୋଡ୍ରମ ଉଦ୍‌ଘାଟନ କରିଛନ୍ତି । ଏହା ସହିତ କେୱାଡିଆର ଷ୍ଟାଚ୍ୟୁ ଅଫ୍‌ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ କେୱଡିଆରୁ ସାବରମତି ନଦୀବନ୍ଧ ସି-ପ୍ଲେନ ସେବା ଉଦଘାଟନ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସମୁଦ୍ର ବିମାନ ସେବା |

Advertisment

ପର୍ଯ୍ୟଟକଙ୍କ ପାଇଁ ଏହି ସେବା ଅହମ୍ମଦାବାଦରୁ କେୱଡିଆ ଏବଂ କେୱଡିଆ ଠାରୁ ଅହମ୍ମଦାବାଦ ମଧ୍ୟରେ ଉପଲବ୍ଧ ହେବ | ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ସି-ପ୍ଲେନ ମାଧ୍ୟମରେ କେୱଡିଆରୁ ଅହମ୍ମଦାବାଦର ସାବରମତି ନଦୀ କୂଳକୁ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସି-ପ୍ଲେନ ଦିନ ପ୍ରାୟ ୧ ଟା ସମୟରେ କେୱଡିଆରୁ ବାହାରି ସାବରମତୀରେ ପ୍ରାୟ ୧.୪୦ ରେ ପହଞ୍ଚିଥିଲା।

publive-image

କେୱଡିଆ ଠାରୁ ସାବରମତି ମଧ୍ୟରେ ଦୂରତା ପ୍ରାୟ ୨୦୦ କିଲୋମିଟର ହୋଇଥିବାବେଳେ ଏହାର ଭଡା ୧୫୦୦ ଟଙ୍କା ରଖାଯାଇଛି। ଆଉ ୨୦୦ କିଲୋମିଟରର ଏହି ଯାତ୍ରା ମାତ୍ର ୪୦ ମିନିଟରେ ଶେଷ ହେବ | ରାସ୍ତାରେ ଗଲେ ଏହି ଦୂରତା ଅତିକ୍ରମ କରିବାକୁ ପ୍ରାୟ ଚାରି ଘଣ୍ଟା ଲାଗେ | ସୂଚନା ଥାଉକି ସି-ପ୍ଲେନ ପାଇଁ କୌଣସି ରନୱେର ଆବଶ୍ୟକତା ନାହିଁ। ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ସି-ପ୍ଲେନରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା।