ବିଶ୍ୱର ବୃହତ୍ତମ ଭଗବତ ଗୀତାର ଉନ୍ମୋଚନ କଲେ ମୋଦି 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ବୃହତ୍ତମ ଶ୍ରୀମଦ ଭଗବତ ଗୀତାର ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀସ୍ଥିତି ଇସ୍କନ ମନ୍ଦିରରେ ସେ ଏହାର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଗୀତା ସମଗ୍ର ମାନବ ଜାତିର ଅମୂଲ୍ୟ ସମ୍ପଦ । କେବଳ ଭାରତ କାହିଁକି ସାରା ବିଶ୍ୱରେ ଥିବା କୋଟି କୋଟି ହିନ୍ଦୁ ମାନଙ୍କ ପାଇଁ ପରମ ଆରାଧ୍ୟ ସ୍ୱୟଂ ଭଗବାନଙ୍କ ମୁଖନିସୃତ ବାଣୀ । ମୂଳ ସଂସ୍କୃତ ଭାଷାରେ ଲିଖିତ ଏହି ଧର୍ମଗ୍ରନ୍ଥ ବିଶ୍ୱର ପ୍ରାୟ ସବୁ ପ୍ରମୁଖ ଭାଷାରେ ଅନୁବାଦିତ ହୋଇ କୋଟି କୋଟି ଲୋକଙ୍କ ପଥ ପ୍ରଦର୍ଶକ ସାଜିଛି । ଗୀତା ସମଗ୍ର ବିଶ୍ୱକୁ ଭାରତର ଅବଦାନ ।

 

ଏହାକୁ ତିଆରି କରିଛନ୍ତି ଇଟାଲୀର  ଜଣେ ଜଣାଶୁଣା ଶିଳ୍ପପତି ତଥା  କୃଷ୍ଣଭକ୍ତ (ଇସ୍କନ) ମଧୁସେବିତ ଦାସ । ଏହାର ନିର୍ମାଣରେ ପ୍ରାୟ ୧ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ  ହୋଇଛି । ଏହି ଅର୍ଥ ଦାତାଙ୍କଠାରୁ ଚାନ୍ଦା ଆକାରର ସଂଗ୍ରହ କରାଯାଇଛି । ଏଥିରେ ୬୭୦ ପୃଷ୍ଠା ରହିଛି । ଏହାର ଲମ୍ବ ୯ ଫୁଟ ଓ ଓସାର ୬.୫ ଫୁଟ ଓ ଓଜନ ପ୍ରାୟ  ୮୦୦ କେଜି । ଏହା ଏତେ ଓଜନିଆ ଯେ ଏହାର ପ୍ରତି ପୃଷ୍ଠା ଲେଉଟାଇବାକୁ ୨ରୁ ୩ ଜଣ ବ୍ୟକ୍ତି ଆବଶ୍ୟକ । ଏହାକୁ ବିଶ୍ୱର ସବୁଠାରୁ ବଡ଼ ଧର୍ମଗ୍ରନ୍ଥ ବୋଲି ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର