ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକଦା ଆମ ଦେଶର ଜଣେ ପ୍ରଧାନମନ୍ତ୍ରୀ କହିଥିଲେ, ଦିଲ୍ଲୀରୁ ବାହାରି ଥିବା ଏକ ଟଙ୍କା ଗାଁରେ ପହଞ୍ଚିବା ବେଳକୁ ୧୫ ପଇସା ହୋଇ ଯାଉଛି। ମୋଟାମୋଟି ଭାବରେ କହିବାକୁ ଗଲେ ବିକାଶ ମୂଳକ ପାଇଁ ଆସୁଥିବା ଟଙ୍କାର ୮୫ ପ୍ରତିଶତ ବାଟ ମାରଣା ହୋଇ ଯାଉଛି।

Advertisment

କର୍ଣ୍ଣାଟକର ବିଦର-କଳାବୁର୍ଗୀ ରେଳ ଲାଇନର ଉଦ୍‌ଘାଟନ କରିବା ଅବସରରେ ମୋଦି ରବିବାର କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ, ଦିଲ୍ଲୀରୁ ଦିଆଯାଉଥିବା ଏକ ଟଙ୍କା ସମ୍ପୂର୍ଣ୍ଣ ରୂପେ ଗଁରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚୁ। ମୋଦି କହିଛନ୍ତି ରୂପେ କାର୍ଡ, ମୋବାଇଲ, ବ୍ୟାଙ୍କିଙ୍ଗ୍‌ ସେବା ସହିତ ଆଧାରକାର୍ଡକୁ ସଂଯୋଗ କରାଯାଇଛି। ଏପର୍ଯ୍ୟନ୍ତ ୫୭ ହଜାର ଲୋକଙ୍କୁ ସିଧାସଳଖ ଟ୍ରାନ୍ସଫର ଯୋଜନାରୁ ଲାଭ ମିଳୁଛି। ଏଣିକି ଆଉ ଅଧିକାରୀଙ୍କୁ କମିସନ ଦେବାକୁ ପଡୁନାହିଁ। ଆମେ ରହୁଁ ବା ନାହିଁ, କିନ୍ତୁ ଦେଶର କ୍ଷତି କରିବାକୁ ଦେବୁ ନାହିଁ। ଆମେ କେବଳ ନିଜ ପାଇଁ ବଞ୍ଚିବା ଶିଖି ନାହିଁ ବୋଲି ମୋଦି କହିଛନ୍ତି।

publive-imageନିଜକୁ ତିସମାର ଖାନ୍‌ କହୁଥିବା ଲୋକ ବହୁତ ଅଛନ୍ତି। ଏଭଳି ଲୋକ ସଦନରେ କହୁଥିଲେ ଇଣ୍ଡିଆ କେମିତି ଡିଜଟାଲ୍‌ ହେବ। ଲୋକଙ୍କ ପାଖରେ ଫୋନ୍‌ ନାହିଁ, ଏଟିଏମ୍‌ ନାହିଁ। ଭାରତର ୧୨ଲକ୍ଷ ଲୋକ ସଙ୍କଳ୍ପ ନେଇଛନ୍ତି, ନିଜର କାରବାର କ୍ୟାସ୍‌ଲେସ୍‌ କରିବେ। ରୂପେ କାର୍ଡ ଓ ଭୀମ ଆପ୍‌ ଜରିଆରେ କାରବାର କରିବେ, ଯାହାକି ହେଗଡ଼େ କରି ଦେଖାଇଛନ୍ତି।

ମୋଦି କହିଛନ୍ତି, ଆମର ଏଠାରେ ନିଜକୁ ତିସମାର ଖାନ୍‌ କହୁଥିବା ଲୋକ ବହୁତ ଅଛନ୍ତି। ଏଭଳି ଲୋକ ସଦନରେ କହୁଥିଲେ ଇଣ୍ଡିଆ କେମିତି ଡିଜଟାଲ୍‌ ହେବ। ଲୋକଙ୍କ ପାଖରେ ଫୋନ୍‌ ନାହିଁ, ଏଟିଏମ୍‌ ନାହିଁ। ଭାରତର ୧୨ଲକ୍ଷ ଲୋକ ସଙ୍କଳ୍ପ ନେଇଛନ୍ତି, ନିଜର କାରବାର କ୍ୟାସ୍‌ଲେସ୍‌ କରିବେ। ରୂପେ କାର୍ଡ ଓ ଭୀମ ଆପ୍‌ ଜରିଆରେ କାରବାର କରିବେ, ଯାହାକି ଡାକ୍ତର ବୀରେନ୍ଦ୍ର ହେଗଡ଼େ କରି ଦେଖାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର କର୍ତ୍ତବ୍ୟ ଯେ, ପ୍ରକୃତିରୁ ଆମକୁ ଯାହା ବି ମିଳୁଛି, ତାହାକୁ ଫେରାଇବାକୁ ଫେରାଇବା ଦରକାର ଅଛି। ଆଗାମୀ ଦିନରେ ବିଶ୍ୱକୁ ପାଣିର ସଙ୍କଟ ହେବ। ପ୍ରକୃତିକୁ ବଞ୍ଚାଇବା ପାଇଁ କାମ କରାଯିବା ଦରକାର ବୋଲି ମୋଦି କହିଛନ୍ତି। ପ୍ରକୃତି ସହିତ ନିଜକୁ ଯୋଡ଼ନ୍ତୁ। ଆଜିର ଦିନରେ ହେଗଡ଼େ ଆମକୁ ଯେମିତି ଦିଗଦର୍ଶନ ଦେଇଛନ୍ତି, ଏହା ମହାନ ମାର୍ଗ ବୋଲି ମୋଦି କହିଛନ୍ତି। ମୋଦି କହିଛନ୍ତି ଆମର ପୂର୍ବ ପୁରୁଷ ଯାହା କରିଛନ୍ତି, ଆମେ ଆମର ପିଲାଙ୍କ ପାଇଁ କରିବା ଦରକାର।