ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ମାର୍ଚ୍ଚ ୧୭) ରାଇସିନା ଡାଏଲଗକୁ ଉଦଘାଟନ କରିଛନ୍ତି । ଏହି ସମୟରେ ତାଙ୍କ ସହ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ନଜର ଆସିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୧୨୫ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିବେ। ଆଣ୍ଟିଗୁଆ ଓ ବାରବୁଡାର ବୈଦେଶିକ ମନ୍ତ୍ରୀ ରାଇସିନା ଡାଇଲଗରେ ଯୋଗ ଦେବା ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରିଷ୍ଟୋଫର ଲକ୍ସନ୍ ଯୋଗ ଦେଇଥିବା ବେଳେ ବିଭିନ୍ନ ଦେଶରୁ ଅନେକ ବୈଦେଶିକ ମନ୍ତ୍ରୀ ମଧ୍ୟ ଏଥିରେ ଯୋଗ ଦେବାକୁ ପହଞ୍ଚିଛନ୍ତି। ଏହି ତିନି ଦିନିଆ ସମ୍ମିଳନୀ ମାର୍ଚ୍ଚ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମିଳନୀର ଦଶମ ସଂସ୍କରଣରେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗାବାର୍ଡ ଏବଂ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହ ମଧ୍ୟ ଅଂଶଗ୍ରହଣ କରିଛନ୍ତି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହଯୋଗରେ ଥିଙ୍କଟ୍ୟାଙ୍କ 'ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍' ପକ୍ଷରୁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ପ୍ରାୟ ୧୨୫ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର ଘୋଷଣା କରିଛି। ଏଥିରେ ମନ୍ତ୍ରୀ, ପୂର୍ବତନ ରାଷ୍ଟ୍ରମୁଖ୍ୟ, ସାମରିକ କମାଣ୍ଡର, ବ୍ୟବସାୟ ଜଗତର ପ୍ରମୁଖ ବ୍ୟକ୍ତିବିଶେଷ, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ପ୍ରମୁଖ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ସାମ୍ବାଦିକ, ରଣନୈତିକ ବ୍ୟାପାର ବିଶେଷଜ୍ଞ ଏବଂ ଅଗ୍ରଣୀ ଥିଙ୍କଟ୍ୟାଙ୍କର ବିଶେଷଜ୍ଞମାନେ ସାମିଲ ହେବେ। ଏହି ଆଲୋଚନାରେ ୨୦ଟି ଦେଶର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି ଅଧିକାରୀମାନେ କହିଛନ୍ତି।
ରାଇସିନା ଡାଏଲଗକୁ ଉଦଘାଟନ କଲେ ମୋଦୀ, ଯୋଗଦେବେ ୧୨୫ ଦେଶର ପ୍ରତିନିଧି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର (ମାର୍ଚ୍ଚ ୧୭) ରାଇସିନା ଡାଏଲଗକୁ ଉଦଘାଟନ କରିଛନ୍ତି । ଏହି ସମୟରେ ତାଙ୍କ ସହ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ଉପସ୍ଥିତ ଥିଲେ।
/sambad/media/media_files/2025/03/17/cRqnSEHbKg64ri1lPRGb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)