ମୋଦୀ ବିଶ୍ବରେ ସର୍ବାଧିକ ‌ଲୋକପ୍ରିୟ ଭାରତୀୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ମସିହାରେ ସମଗ୍ର ବିଶ୍ବରେ ସର୍ବାଧିକ ଲୋକପ୍ରିୟ ଭାରତୀୟ ଭାବେ ବିବେଚିତ ହୋଇଛନ୍ତି। ବ୍ରିଟେନ୍‌ର ଏକ ଇଣ୍ଟରନେଟ୍‌ ମାର୍କେଟ୍‌ ରିସର୍ଚ୍ଚ ଏବଂ ଡାଟା ଆନାଲିଟିକ୍ସ କମ୍ପାନି ‘ୟୁଗଭ୍‌ ’ ଦ୍ବାରା ହୋଇଥିବା ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ମୋଦୀଙ୍କ ବାଦ୍‌ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ, ଶିଳ୍ପପତି ରତନ ଟାଟା , କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବିରାଟ କୋହଲି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଅନ୍ୟପକ୍ଷେ ବିଲ୍‌ ଗେଟ୍ସ ବିଶ୍ବର ସର୍ବାଧିକ ଲୋକପ୍ରିୟ ବ୍ୟକ୍ତିତ୍ବ ବିବେଚିତ ହୋଇଥିବା ବେଳେ ମିସେଲ୍‌ ଓବାମା ବିଶ୍ବର ସର୍ବାଧିକ ଲୋକପ୍ରିୟ ମହିଳା ବିବେଚିତ ‌ହୋଇଛନ୍ତି। ଆଞ୍ଜେଲିନା ଜୋଲିଙ୍କୁ ବାଦ୍‌ ଦେଇ ମିସେଲ୍‌ ଓବାମା ବିଶ୍ବର ସର୍ବାଧିକ ଲୋକପ୍ରିୟ ମହିଳା ବିବେଚିତ ହୋଇଛନ୍ତି। ଏହି ସର୍ବେକ୍ଷଣ ଅନଲାଇନ୍‌ରେ ହୋଇଥିଲା ଏବଂ ଗତବର୍ଷ ଡିସେମ୍ବରରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର