କଶ୍ମୀରରେ ସୁଟିଂ ପାଇଁ ବଲିଉଡକୁ ଆମନ୍ତ୍ରଣ ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ରାଜନୈତିକ ବିଚାରଧାରାକୁ ଭୁଲି ଜମ୍ମୁ ଓ କାଶ୍ମୀରର ବିକାଶ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଜଣାଇଛନ୍ତି । ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇ ସେ କହିଛନ୍ତି ଯେ ଜମ୍ମୁ ଓ କାଶ୍ମୀରରେ ଖୁବ ଶୀଘ୍ର ନିର୍ବାଚନ କରାଯିବ । ଏଥିରୁ ଯେଉଁ ସରକାର ଗଢାଯିବ ତାହା ଲୋକଙ୍କ ଦ୍ୱାରା,ଲୋକଙ୍କର ଓ ଲୋକଙ୍କ ପାଇଁ ବୋଲି ସେ କହିଛନ୍ତି । ଜମ୍ମୁ ଓ କଶ୍ମୀରର ବିକାଶ ଏବେ ସରକାରଙ୍କ ଦାୟିତ୍ୱ । ଏ ଅଂଚଳରେ ବିକାଶକୁ ତ୍ୱରାନ୍ଵିତ କରାଯିବ ।

ଜମ୍ମୁ ଓ କାଶ୍ମୀରର ବିକାଶ ପାଇଁ ରାଷ୍ଟ୍ରାୟତ ଉଦ୍ୟୋଗମାନ ସ୍ଥାପନ କରାଯିବ । ସେ ମଧ୍ୟ ଦେଶର ଶିଳ୍ପପତି, ରପ୍ତାନୀକାରୀମାନଙ୍କୁ କଶ୍ମୀରରେ ନିବେଶ ପାଇଁ ଆହ୍ଵାନ ଜଣାଇଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ କଶ୍ମୀରରେ ଅନେକ ଚଳଚ୍ଚିତ୍ର ସୁଟିଂ ହେଉଥିଲା । ଏବେ ବଲିଉଡ ପାଇଁ ପୁଣି ସେହି ସୁଯୋଗ ଆସିଛି । ତାମିଲ, ତେଲଗୁ ଚଳଚ୍ଚିତ୍ର ଶିଳ୍ପ କୁ ମଧ୍ୟ ସେ କଶ୍ମୀରରେ ସୁଟିଂ ପାଇଁ ଆମନ୍ତ୍ରଣ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର