ମୋଦୀ ପୁଣି ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା; ବାଇଡେନ, ସୁନକ, ମାକ୍ରନ୍‌ଙ୍କୁ ପଛରେ ପକାଇଲେ

ୱାସିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା ତାଲିକାରେ ଶୀର୍ଷରେ ରହିଛନ୍ତି। ଆମେରିକୀୟ କମ୍ପାନି ମର୍ଣ୍ଣିଂ କନ୍‌ସଲ୍ଟ ସର୍ଭେ ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ରେଟିଂ ୭୮ ପ୍ରତିଶତ ଦର୍ଶାଯାଇଛି ଯାହାକି ବିଶ୍ବନେତାଙ୍କ କ୍ଷେତ୍ରରେ ସର୍ବାଧିକ।

ପ୍ରଧାନମନ୍ତ୍ରୀ ମୋଦୀ ଲୋକପ୍ରିୟତା ରେଟିଂରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମେତ ୧୬ ଜଣ ରାଷ୍ଟ୍ରନେତାଙ୍କୁ ପଛରେ ପକାଇ ଦେଇଛନ୍ତି। ବିଶ୍ବବ୍ୟାପୀ ବରିଷ୍ଠ ନାଗରିକମାନେ ମଧ୍ୟ ମୋଦୀଙ୍କୁ ବିଶ୍ବ ନେତାଭାବେ ସର୍ବାଧିକ ପସନ୍ଦ କରିଛନ୍ତି। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ୍‌ ମେନୁଅଲ୍‌ ଲୋପେଜ ଓବ୍‌ରୋଡୋର। ତାଙ୍କୁ ୬୮ ପ୍ରତିଶତ ଲୋକପ୍ରିୟତା ରେଟିଂ ମିଳିଛି । ତୃତୀୟ ସ୍ଥାନରେ ସ୍ବିଜରଲାଣ୍ଡ୍‌ ରାଷ୍ଟ୍ରପତି ଆଲେନ ବେର୍‌ସେଟ (୬୨%) ଅଛନ୍ତି। ତାଲିକାରେ ଆମେରିକା ରାଷ୍ଟ୍ରପତି ବାଇଡେନ ୪୦ ପ୍ରତିଶତ ରେଟିଂ ସହିତ ସପ୍ତମ ସ୍ଥାନରେ ଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ୩୦ ପ୍ରତିଶତ ରେଟିଂ ସହ ତ୍ରୟୋଦଶ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲ୍‌ବାଜିନ ୫୮ ପ୍ରତିଶତ ରେଟିଂ ସହିତ ଚତୁର୍ଥ ସ୍ଥାନରେ ଥିବା ବେଳେ ବ୍ରାଜିଲ ରାଷ୍ଟ୍ରପତି ୫୦ ପ୍ରତିଶତ ରେଟିଂ ସହ ୫ମ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର