‘ଆତ୍ମନିର୍ଭର ଭାରତ’: ଲତାଙ୍କ ସାଙ୍ଗୀତିକ ବାର୍ତ୍ତାରେ ମୋଦୀ ମୁଗ୍ଧ

ନୂଆଦିଲ୍ଲୀ: ‘ଆତ୍ମନିର୍ଭର ଭାରତ’ ପ୍ରସଙ୍ଗରେ ଭାରତରତ୍ନ ଲତା ମଙ୍ଗେସକର ପଠାଇଥିବା ଏକ ସାଂଗୀତିକ ବାର୍ତ୍ତାକୁ ଟ୍ୱିଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ନିଜ ସନ୍ତୋଷ ପ୍ରକଟ କରିଛନ୍ତି। ସେହି ସାଂଗୀତିକ ଭିଡିଓ ବାର୍ତ୍ତାରେ ୨୦୦ ଶିଳ୍ପୀଙ୍କ କଣ୍ଠଦାନ ରହିଥିବା ବେଳେ ତାହାର ମୁଖଡ଼ା ରହିଛି–ଜୟତୁ ଜୟତୁ ଭାରତମ୍‌, ବସୁଧୈବ କୁଟୁମ୍ବକମ୍‌ । ଏହି ସଂଗୀତ ସମସ୍ତଙ୍କୁ ରୋମାଞ୍ଚିତ ଓ ଅନୁପ୍ରେରିତ କରିବ। ଏହି ଗୀତକୁ ସର୍ବବୃହତ୍‌ ସମବେତ କଣ୍ଠସଂଗୀତ କହାଯାଉଛି।

ଏଥିରେ ୨୧୧ ସଦସ୍ୟ ବିଶିଷ୍ଟ ”ଭାରତୀୟ କଣ୍ଠଶିଳ୍ପୀ ଅଧିକାର ସଂଘ” (ଇସ୍ରା)ର ସଦସ୍ୟମାନେ ଆତ୍ମନିର୍ଭର ଭାରତ ତତ୍ତ୍ୱକୁ ଏକ ସାଂଗୀତିକ ସମ୍ମାନ ଜଣାଇଛନ୍ତି। ଏଥିରେ ଆଶା ଭୋସ୍‌ଲେ, ସୋନୁ ନିଗମ, ଶଙ୍କର ମହାଦେବନ୍‌, ସାନ୍‌, ଉଷା ଉଥୁପ୍‌ ଓ ପ୍ରସୂନ୍‌ ଯୋଶୀଙ୍କ ଭଳି କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଛନ୍ତି। ପ୍ରସୂନ୍‌ ଯୋଶୀ ଲେଖିଥିବା ଶବ୍ଦକୁ ସଂଗୀତରେ ସଜାଇଛନ୍ତି ଶଙ୍କର ମହାଦେବନ୍‌। ଏହି ଭିଡିଓ କ୍ଲିପ୍‌ରେ କେତେକ କୋଭିଡ୍‌-୧୯ ଯୋଦ୍ଧାଙ୍କୁ ପ୍ରଦର୍ଶିତ କରାଯିବା ସହ ଶେଷରେ ମୋଦୀଙ୍କ ଚେହେରା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର