ଭୁବନେଶ୍ବର : ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆଜି ପ୍ରକାଶନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେରଳ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ନେଇ ପ୍ରକାଶିତ ପୁସ୍ତକ ‘ସବ୍କା ସାଥ୍ ସବକା ବିକାଶ ସବକା ବିଶ୍ୱାସ’ କୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ମେ ୨୦୧୯ ରୁ ମେ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ୮୬ ଟି ଭାଷଣର ଏକ ସଂକଳନ।
ଉତ୍ସବରେ ଭାଗ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କହିଲେ, ‘ତିନ୍ ତଲାକ୍’ କଷ୍ଟରୁ ମୁସଲିମ୍ ମହିଳାମାନେ ମୁକ୍ତି ପାଇବା କୌଣସି ଛୋଟ ସଫଳତା ନୁହେଁ। ବିବାହିତା ମୁସଲିମ୍ ମହିଳାମାନେ ସବୁବେଳେ ଛାଡ଼ପତ୍ରର ଧମକ ତଳେ ରହୁଥିଲେ। ମୁସଲିମ୍ ମହିଳାମାନଙ୍କୁ ହିନ୍ଦୁ ମହିଳାଙ୍କ ପରି ସମାନ ଅଧିକାର ପ୍ରଦାନ କରିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କର ଏକ ବଡ଼ ବିଫଳତା ବୋଲି ଏକ କଥାକୁ ମନେ ପକାଇ ସେ କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଏହି ଐତିହାସିକ ନିଷ୍ପତ୍ତିର ପ୍ରଭାବ ବହୁବର୍ଷ ପରେ ଅନୁଭବ ହେବ ଯେତେବେଳେ ରାଜନୈତିକ ଏବଂ ସମାଜବିଜ୍ଞାନ ଚିନ୍ତକମାନେ ଏହି ନିଷ୍ପତ୍ତିକୁ ବିଶ୍ଳେଷଣ କରିବେ ଓ ତାଙ୍କୁ ମୁସଲମାନ ମହିଳାମାନଙ୍କ ମୁକ୍ତିଦାତା ଭାବେ ସ୍ମରଣ କରିବେ। ଏଥିପାଇଁ ସମସ୍ତ ବାଧା ଏବଂ ବିରୋଧକୁ ସାହସର ସହ ସାମ୍ନା କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସେ ଶ୍ରେୟ ଦେଇଛନ୍ତି ।
ମଧ୍ୟସ୍ଥିଙ୍କ କବଳରୁ ଲୋକଙ୍କୁ ମୁକ୍ତ କରିଛି ଡିବିଟି: ଭେଙ୍କୟା ନାଇଡୁ
‘ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ’ ଉନ୍ମୋଚିତ
ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଲେ, ରାଷ୍ଟ୍ର ସମ୍ମୁଖୀନ ହେଉଥିବା ଆହ୍ୱାନ ଓ ଏହାକୁ ଦୂର କରିବା ପାଇଁ ମିଳିତ ପ୍ରୟାସ ବୁଝାଇବା ଦିଗରେ
ଏହି ପୁସ୍ତକର ମହତ୍ତ୍ବପୂର୍ଣ ଅବଦାନ ରହିଛି। ବର୍ତ୍ତମାନର ସରକାର ‘ସର୍ବେ ସୁଖିନଃ ଭବନ୍ତୁ’ର ଦର୍ଶନ ଆଧାରରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ମଧ୍ୟ ଭଲ ଯୋଜନା ଆରମ୍ଭ କରାଯାଇଛି। ତେବେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମ୍ମୁଖରୁ ନେତୃତ୍ୱ ନେବା ସହିତ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକର ସମୟସୀମା ଏବଂ ଲକ୍ଷ୍ୟ ନିଶ୍ଚିତ କରୁଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ କାର୍ଯ୍ୟକ୍ରମର ନିରନ୍ତର ତଦାରଖ ସହ ପ୍ରୟୋଗକୁ ସୁନିଶ୍ଚିତ କରୁଛନ୍ତି। ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (ଡିବିଟି) ବର୍ତ୍ତମାନ ସରକାରଙ୍କ ସବୁଠାରୁ ବଡ଼ ସଫଳତା ଭାବେ ବିବେଚନା କରି ଶ୍ରୀ ନାଇଡୁ କହିଛନ୍ତି, ଏହା ଲୋକଙ୍କୁ ମଧ୍ୟସ୍ଥିଙ୍କ କବଳରୁ ମୁକ୍ତ କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଭାରତ ବର୍ତ୍ତମାନ ଏକ ବଡ଼ ଶକ୍ତି ପାଲଟିଛି ଏବଂ ଭାରତର ସ୍ୱର ସମସ୍ତଙ୍କୁ ଶୁଣାଯାଉଛି।
ପୁସ୍ତକ ବିଷୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି, ଏଥିରେ ଜଟିଳ ସାମାଜିକ ପ୍ରସଙ୍ଗ ତଥା ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟିର ବର୍ଣ୍ଣନା ରହିଛି । ଭବିଷ୍ୟତର ଐତିହାସିକମାନଙ୍କ ପାଇଁ ଏହି ସଂକଳନ ଅତ୍ୟନ୍ତ ଉପଯୋଗୀ ହେବ। ଶ୍ରୀ ମୋଦୀଙ୍କ ଦ୍ବାରା ଦିଆଯାଇଥିବା ବକ୍ତବ୍ୟ, ଯେପରିକି ରାଜ୍ୟସଭାର ୨୫୦ତମ ଅଧିବେଶନ, ଆସୋଚାମ୍ର ୧୦୦ ବର୍ଷ ପୂରଣ, ୨୦୧୯ ଅଗଷ୍ଟ ୮ରେ ଜମ୍ମୁ-କାଶ୍ମୀର ଏବଂ ଲଦାଖରୁ ଧାରା ୩୭୦ ହଟାଯିବା, ୨୦୨୦ ମାର୍ଚ ୧୯ରେ କୋଭିଡ ପ୍ରସଙ୍ଗରେ ଦେଶ ପ୍ରତି ତାଙ୍କର ଅଭିଭାଷଣ, ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଦେଶକୁ ଦେଇଥିବା ବାର୍ତ୍ତା ଇତ୍ୟାଦି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଅପୂର୍ବ ଚନ୍ଦ୍ରା, ପ୍ରକାଶନ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ସୁଶ୍ରୀ ମୋନିଦେପା ମୁଖାର୍ଜୀ ଏବଂ ମନ୍ତ୍ରାଳୟର ବିଭିନ୍ନ ମିଡିଆ ୟୁନିଟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।