‘ମୋଦୀଜୀ ହେଉଛନ୍ତି ପ୍ରଧାନମନ୍ତ୍ରୀ, ଯୋଗୀଜୀ ହେଉଛନ୍ତି ମୁଖ୍ୟମନ୍ତ୍ରୀ; ତଥାପି ଭଗବାନ ରାମ ରାତି କଟାଉଛନ୍ତି ତମ୍ବୁ ଭିତରେ’; ବିଜେପି ବିଧାୟକ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦର ନିର୍ମାଣ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଦାବି ଜୋର ଧରିଥିବା ବେଳେ ଉତ୍ତରପ୍ରଦେଶର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ପୁଣି ଏକ ବିବାଦୀୟ ବୟାନ ପ୍ରଦାନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାମ ମନ୍ଦିର ନିର୍ମାଣରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ତୀବ୍ର ସମାଲୋଚନା କରିଛନ୍ତି ବିଧାୟକ ସିଂହ।

ବିଧାୟକ ଶ୍ରୀ ସିଂହ କହିଛନ୍ତି ଆମେ ମୋଦିଙ୍କ ପରି ବଡ଼ ପ୍ରଧାନମନ୍ତ୍ରୀ ଓ ଯୋଗୀଙ୍କ ପରି ବଡ଼ ମୁଖ୍ୟମନ୍ତ୍ରୀ ପାଇଛୁ। ହେଲେ, ବିଡ଼ମ୍ବନା ହେଉଛି ଏହି ଦୁଇଜଣ ବଡ଼ ହିନ୍ଦୁତ୍ୱ ବାଦୀ ଏବେ ଶାସନ କ୍ଷମତାରେ ରହିଥିବା ବେଳେ ସେମାନଙ୍କ ଶାସନକାଳରେ ଭାଗବାନ ରାମ ରାତି ବିତାଉଛନ୍ତି ଏକ ତମ୍ବୁ ମଧ୍ୟରେ। ଭଗବାନ ରାମ ସମ୍ବିଧାନ ଉପରେ ଥିବା ବେଳେ ଏମାନେ ଏବେ ରାମଙ୍କୁ ସମ୍ବିଧାନ ମଧ୍ୟରେ ବାନ୍ଦି ଦେଇଛନ୍ତି। କ୍ଷମତାକୁ ଆସିବା ପରେ ଏମାନେ ରାମ ମନ୍ଦର ନିର୍ମାଣ କଥା ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରିବା ସହ ଏମାନଙ୍କର ଏହି ଅକ୍ଷମଣୀୟ ଅପରାଧ ପାଇଁ କେହି କେବେହେଲେ ସୁଦ୍ଧା ଏମାନଙ୍କୁ କ୍ଷମା ଦେବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର