ଶନିବାର ପୂର୍ବାହ୍ନ ୧୦ଟାରେ ମୋଦୀ ଓ ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଅନୌପଚାରିକ କଥାବାର୍ତ୍ତା

ନୂଆଦିଲ୍ଲୀ: ତାମିଲନାଡୁର ଚେନ୍ନାଇ ଠାରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ପୁଣି ଚାଲିବ ଦ୍ୱିତୀୟ ଦିନର ଅନୌପଚାରିକ ଶିଖର ବୈଠକ।

ମୋଦୀ ଓ ଜିନ୍‌ପିଙ୍ଗ୍‌ ‘ଫିସର୍‌ମ୍ୟାନ୍‌ସ୍‌ କୋଭ୍‌ ରିସର୍ଟ’ରେ ପରସ୍ପରଙ୍କ ସହ ଅନୌପଚାରିକ କଥାବାର୍ତ୍ତା କରିବେ। ଏହା ପରେ ଆରମ୍ଭ ହେବ ଘଣ୍ଟାଏ ଯାଏଁ ଚାଲିବ ପ୍ରତିନିଧିସ୍ତରୀୟ ଆଲୋଚନା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଜିଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟାନ କରାଇବେ।

ଅପରାହ୍ଣ ୧୨: ୪୫ରେ ଚୀନ୍‌ ରାଷ୍ଟ୍ରପତି ଜି ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବେ। ଦୁଇ ଦିନିଆ ଅନୌପଚାରିକ ବୈଠକରେ କୌଣସି ଏମ୍‌ଓୟୁ କିଂବା ରାଜିନାମା ସ୍ୱାକ୍ଷର ହେବ ନାହିଁ।

Image Source: Hindustan Times

ଶନିବାର ଦିନ ଭାରତରେ ଜୀଙ୍କ କାର୍ଯ୍ୟକ୍ରମ ସାରଣୀ:

ପୂର୍ବାହ୍ନ ୯: ୫୦: ତାଜ୍‌ ଫିସର୍‌ମ୍ୟାନ୍ସ୍‌ କୋଭ୍‌ ରିସର୍ଟ ଆଣ୍ଡ୍‌ ସ୍ପାରେ ପହଞ୍ଚିବେ
ପୂର୍ବହ୍ନ ୧୦: ୦୦: ଅନୌପଚାରିକ କଥାବାର୍ତ୍ତା
୧୦: ୫୦: ପ୍ରତିନିଧିସ୍ତରୀୟ ଆଲୋଚନା
୧୧: ୪୫: ପ୍ରଧାନମନ୍ତ୍ରୀଙ୍କ ପ୍ରାୟୋଜିତ ମଧ୍ୟାହ୍ନ ଭୋଜନ
୧୨: ୪୫: ଚେନ୍ନାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାତ୍ରା
୧୩: ୩୦: ବିମାନ ଆରୋହଣ

ଭାରତରୁ ଯାଇ ଜି ନେପାଳରେ ପହଞ୍ଚିବେ। ଏହା ହେଉଛି ଜୀଙ୍କର ଦୁଇ ଦେଶୀୟ ଗସ୍ତର ଦ୍ୱୀତିୟ ଚରଣ।

ସମ୍ବନ୍ଧିତ ଖବର