ସାଗର ବିମାନରେ ମୋଦିଙ୍କ ଯାତ୍ରା

ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମଦାବାଦ୍‌ରୁ ଏକ ସାଗର ବିମାନରେ ଧରୋଇ ଡ୍ୟାମ୍‌କୁ ଯାତ୍ରା କରିଥିଲେ। ଡ୍ୟାମ୍‌ରୁ ସେ ସଡ଼କ ପଥରେ ଅମ୍ବାଜୀ ମନ୍ଦିର ଯାଇ ଦର୍ଶନ କରିଥିଲେ। ଶେଷ ଦିନର ପ୍ରଚାର ମଇଦାନରେ ମୋଦିଙ୍କ ବିମାନ ଯାତ୍ରା ଆକର୍ଷଣୀୟ ହୋଇଥିବାବେଳେ ରାହୁଲ ମୋଦିଙ୍କର ଏହି ଯାତ୍ରାକୁ ରାଜନୈତିକ ବ୍ୟାକୁଳତା ବୋଲି କହିଛନ୍ତି। ରାଜ୍ୟବାସୀଙ୍କୁ ଭୋଟ୍‌ ଦେବା ଲାଗି ଆବେଗିକ ଅନୁରୋଧ କରି ମୋଦି କହିଛନ୍ତି ଯଦି ଭାରତ ସରକାର ଏବଂ ଗୁଜରାଟ ସରକାର ମିଳିତ ଭାବେ କାମ କରିବେ ତେବେ ଗୁଜରାଟର ଶକ୍ତି ବହୁଗୁଣିତ ହୋଇଯିବ। ଏଠି ୧ରେ ୧ ମିଶିଲେ ୨ ହେବନି ବରଂ ୧୧ ହେବ ବୋଲି ମୋଦି କହିଛନ୍ତି।

ସମ୍ବନ୍ଧିତ ଖବର