ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନକଲି ନିର୍ବାଚନ ପ୍ରତିଶ୍ରୁତି ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, ଯେଉଁମାନଙ୍କର ନିଜର କିଛି ଗ୍ୟାରେଣ୍ଟି ନାହିଁ ସେମାନେ ଆପଣମାନଙ୍କ ପାଇଁ ନୂଆ ଗ୍ୟାରେଣ୍ଟି ଏବଂ ନୂ୍ଆ ଯୋଜନା ନେଇ ଆସୁଛନ୍ତି। ମଧ୍ୟପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୋଦୀ ଏହି ‘ନକଲି ଗ୍ୟାରେଣ୍ଟି’ ତଥା ନକଲି ପ୍ରତିଶ୍ରୁତି ପ୍ରତି ସତର୍କ ରହିବାପାଇଁ ଲୋକମାନଙ୍କୁ କହିଛନ୍ତି। ମଧ୍ୟପ୍ରଦେଶର ଶାହଡୋଲରେ ଏକ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, କଂଗ୍ରେସ ସମେତ ଅନ୍ୟାନ୍ୟ ପରିବାରବାଦ ରାଜନୈତିକ ଦଳ ଦ୍ବାରା ଦିଆଯାଉଥିବା ନକଲି ପ୍ରତିଶ୍ରୁତି ପ୍ରତି ଲୋକମାନେ ସତର୍କ ରୁହନ୍ତୁ। ମଧ୍ୟପ୍ରଦେଶରେ ୧ କୋଟି ଆୟୁଷ୍ମାନ ଭାରତ କାର୍ଡ ବାଣ୍ଟି ମୋଦୀ କହିଛନ୍ତି, ଏହି କାର୍ଡ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ପ୍ରତିଶ୍ରୁତି ଦେଉଛି ମୋଦୀ ବିରୋଧୀ ଦଳଗୁଡ଼ିକୁ କଡ଼ା ସମାଲୋଚନା କରି କହିଛନ୍ତି, ସେମାନେ ଦୁର୍ନୀତି ମୁକ୍ତ ଶାସନର ପ୍ରତିଶ୍ରୁତି କଦାପି ଦେଇପାରିବେନି। ଲୋକଙ୍କୁ କେବଳ ବିଭ୍ରାନ୍ତ କରୁଥିବା ଏଭଳି ଦଳମାନଙ୍କ ପ୍ରତି ସର୍ବଦା ସତର୍କତା ଅବଲମ୍ବନ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।