କ୍ଷମତା, ନୀତି, ଯୋଜନା ଓ ପ୍ରଦର୍ଶନକୁ ବିଶ୍ୱାସ କରେ: ପ୍ରଧାନମନ୍ତ୍ରୀ ମୋଦି

ନବିି ମୁମ୍ବାଇରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଶିଳାନ୍ୟାସ

ମୁମ୍ବାଇ: ଆଜିର ଦିନରେ ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। କ୍ଷମତା, ନୀତି, ଯୋଜନା ଓ ପ୍ରଦର୍ଶନକୁ ମୁଁ ବିଶ୍ୱାସ କରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ମୁମ୍ବାଇରେ ଅନୁଷ୍ଠିତ ମ୍ୟାଗନେଟିକ୍‌ ମହାରାଷ୍ଟ୍ର ବିଶ୍ୱ ପୁଞ୍ଜି ନିବେଶକାରୀ ସମ୍ମିଳନୀକୁ ସମ୍ବୋଧନ କରି ମୋଦି ପୁଞ୍ଜିନିବେଶ କ୍ଷେତ୍ରରେ ସଫଳତା ପାଇଁ ୪ପି(ପାଓ୍ଵାର, ପଲିସି, ପ୍ଲାନ ଓ ପବ୍ଲିସିଟି) ମନ୍ତ୍ର ଉପରେ ଜୋର ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ରାଜ୍ୟ ଗୁଡ଼ିକ ନିଜ ନିଜ ଆବଶ୍ୟକତା ଅନୁସାରେ କେଉଁଠାରେ ପୁଞ୍ଜି ନିବେଶ କରିବେ, ସେ ନେଇ ଚିନ୍ତା କରୁଛନ୍ତି। ସରକାରୀ ସ୍ତରରେ ନିୟମକୁ ଅତି ସହଜ କରାଯାଉଛି। ଏଥି ସହିତ ପ୍ରକ୍ରିୟାକୁ ସହଜ କରାଯାଉଛି। ଯେଉଁଠାରେ ଆଇନକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି, ତାହା କରାଯାଉଛି। ସେଠାରେ ଆଇନ ସମାପ୍ତ କରାଯାଉଛି।

ପୁଞ୍ଜିନିବେଶ ସମ୍ମିଳନୀରେ ପହଞ୍ଚିବା ପୂର୍ବରୁ ମୋଦି ନବିି ମୁମ୍ବାଇ ଇଣ୍ଟରନ୍ୟାସନାଲ ବିମାନବନ୍ଦରର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସେ କହିଥିଲେ ଅନେକ ସରକାର ଆସିଛି, କିନ୍ତୁ ଏୟାରପୋର୍ଟ ପ୍ରତିଷ୍ଠା କରି ପାରି ନାହାଁନ୍ତି। ଏହାରି ପଛରେ ସରକାରଙ୍କ କାର୍ଯ୍ୟଶୈଳୀ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ମୋଦି କହିଛନ୍ତି, ପୁରୁଣା ସରକାରଙ୍କ ସ୍ୱଭାବ ଥିଲା ଯେ, କୌଣସି କାମକୁ ଅଟକ ରଖିବା। ପାଖାପାଖି ୧୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଅଟକି ରହିଛି। ଏହାକୁ ଆମେ ପୂରା କରିବାକୁ ଯାଉଛୁ ଓ ଆଜିର ଦିନରେ ଦ୍ରୁତ ଗତିରେ କାମ ହେଉଛି।

ସମ୍ବନ୍ଧିତ ଖବର