ନୂଆଦିଲ୍ଲୀ : ବିଶ୍ବର ଅନ୍ୟ ନେତାମାନଙ୍କୁ ପଛରେ ପକାଇଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଆପ୍ରୁଭାଲ ରେଟିଂ ବିଶ୍ବର ଅନ୍ୟ ପ୍ରମୁଖ ନେତାମାନଙ୍କ ଠାରୁ ଅଧିକ ରହିଛି ।
ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ସଂସ୍ଥା ‘ଦ ମର୍ଣ୍ଣିଂ କନସଲ୍ଟ’ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ୨ୟ ସ୍ଥାନରେ ଅଛନ୍ତି । ୩ୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୪୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୫ମ ସ୍ଥାନରେ ରହିଛନ୍ତି । ବିଗତ କିଛି ସପ୍ତାହ ହେଲା ବାଇଡେନଙ୍କ ଆପ୍ରୁଭାଲ ରେଟିଂ ହ୍ରାସ ପାଇବାରେ ଲାଗିଛି । ବାଇଡେନଙ୍କ ଡିସାପ୍ରୁଭାଲ ରେଟିଂ ମଧ୍ୟ ୪୪ ପ୍ରତିଶତ ରହିଛି ।
Global Leader Approval: Among All Adults https://t.co/dQsNxouZWb
Modi: 70%
López Obrador: 64%
Draghi: 63%
Merkel: 52%
Biden: 48%
Morrison: 48%
Trudeau: 45%
Johnson: 41%
Bolsonaro: 39%
Moon: 38%
Sánchez: 35%
Macron: 34%
Suga: 25%*Updated 9/2/21 pic.twitter.com/oMhOH3GLqY
— Morning Consult (@MorningConsult) September 4, 2021
ଗୋଟିଏ ଜନମତ ସର୍ଭେରେ ଭାଗ ନେଇଥିବା କେତେ ପ୍ରତିଶତ ଲୋକ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରତି ସମର୍ଥନ ବା ପସନ୍ଦ ରହୁଛି ତାହାକୁ ନେଇ ଆପ୍ରୁଭାଲ ରେଟିଂ ନିର୍ଣ୍ଣୟ କରାଯାଏ । ସେହିପରି କେତେକ ପ୍ରତିଶତ ଲୋକ ଗୋଟିଏ ବ୍ୟକ୍ତିକୁ ଅପସନ୍ଦ କରୁଛନ୍ତି ତାହାକୁ ନେଇ ଡାସାପ୍ରୁଭାଲ ରେଟିଂ ନିର୍ଣ୍ଣୟ କରାଯାଏ ।