ନୂଆଦିଲ୍ଲୀ : ଗୁଜରାଟରେ ସରଗରମ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ଏବେ ଗୁଜରାଟ ଭୋଟର୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପତ୍ର ବଣ୍ଟା ଯାଉଛି । ଗୁଜରାଟୀ ଭାଷାରେ ଲିଖିତ ଏହି ପତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଭୋଟରଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ସେମାନେ ଜାତିବାଦକୁ ପ୍ରତ୍ୟାଖ୍ୟାନ କରି ବିକାଶବାଦ ସମର୍ଥନରେ ଭୋଟ୍ ଦିଅନ୍ତୁ। ଜାତିବାଦ, ପରିବାରବାଦ, ବଂଶବାଦ ଏବଂ ସଂପ୍ରଦାୟବାଦରୁ ସମାଜକୁ ମୁକ୍ତ ରଖି କେବଳ ବିକାଶବାଦ ଉପରେ ଭରସା ରଖି ନିଷ୍ପତ୍ତି ନେବାକୁ ମୋଦି କହିଛନ୍ତି। ୨୨ ବର୍ଷ ତଳର ଗୁଜରାଟ ଏବଂ ବର୍ତ୍ତମାନର ଗୁଜରାଟ ମଧ୍ୟରେ ଫରକ କେବଳ ବିକାଶବାଦ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁଜରାଟରେ ବିଜେପିର ଦୁର୍ଗ ପତନ ପାଇଁ କଂଗ୍ରେସ ଏବେ ଜାତିଗତ ସମୀକରଣକୁ ନେଇ ଆଗକୁ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପତ୍ର ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ଆଜି ବିଜେପି ଅଧ୍ୟକ୍ଷ ଅମିିତ ଶାହ ଘରକୁ ଘର ପ୍ରଚାର ଆରମ୍ଭ କରିଛନ୍ତି।
ଭୋଟରଙ୍କୁ ମୋଦିଙ୍କ ପତ୍ର: ଜାତିବାଦ ନୁହେଁ ବିକାଶବାଦ
ଗୁଜରାଟ ନିର୍ବାଚନ
/sambad/media/post_attachments/wp-content/uploads/2017/11/modi-letters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)