ଇଟାଲିରେ ମୋଦୀ ମ୍ୟାଜିକ୍: ମୋଦୀ-ମେଲୋନି ଭିଡିଓ ଭାଇରାଲ

ମେଲୋଦୀ ଟିମ୍‌ରୁ ହେଲୋ...

ନୂଆଦିଲ୍ଲୀ: ଗତବର୍ଷ ଡିସେମ୍ବର ମାସରେ ଇଣ୍ଟରନେଟରେ ‘ମେଲୋଦୀ ଟ୍ରେଣ୍ଡ’ ଭାଇରାଲ ହେବା ପରେ ଗତକାଲି ଇଟାଲିରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନି ଏକ ନୂଆ ସେଲ୍ଫି ଉଠାଇଥିଲେ। ମେଲୋନି ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଉଭୟ ନେତାଙ୍କ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ କ୍ଲିପ୍‌ରେ ଉଭୟ ନେତା କ୍ୟାମେରା ଆଗରେ ହାତ ହଲାଉଥିବା ବେଳେ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋଦୀ ଟିମ୍‌ରୁ ନମସ୍କାର କରୁଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ, ଭାରତ-ଇଟାଲୀ ବନ୍ଧୁତା ଜିନ୍ଦାବାଦ। ଏହା ପୂର୍ବରୁ ଦୁଇ ନେତା ହସଖୁସିରେ ସେଲ୍ଫି ଉଠାଇଥିଲେ।

ମେଲୋନି ୨୦୨୩ରେ ସିଓପି ୨୮ ଶିଖର ସମ୍ମିଳନୀର ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ହ୍ୟାସଟ୍ୟାଗ ମେଲୋଦୀ ସହିତ ସେୟାର କରିଥିବା ସେଲ୍ଫି ପରେ ଏହା ସେମାନଙ୍କର ଦ୍ୱିତୀୟ ସେଲ୍ଫି ଥିଲା। ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବନ୍ଧୁତା କ୍ୟାମେରାରେ ରେକର୍ଡ ହୋଇଛି। ମୋଦୀଙ୍କୁ ମେଲୋନି ସ୍ୱାଗତ କରିବା ପରେ ଉଭୟ ନେତା ପରସ୍ପରକୁ ନମସ୍କାର କରି ଶୁଭେଚ୍ଛା ଜଣାଇଥିଲେ। ଶୁଭେଚ୍ଛା ବାଣ୍ଟିବା ବେଳେ କିଛି ସମୟ କଥାବାର୍ତ୍ତା ପରେ ଉଭୟ ନେତା ହସିଥିଲେ। ଜି-୭ ଶିଖର ସମ୍ମିଳନୀରେ ଏହା ମୋଦୀଙ୍କ କ୍ରମାଗତ ପଞ୍ଚମ ଅଂଶଗ୍ରହଣ ଥିଲା। ଜି-୭ର ଅଧ୍ୟକ୍ଷ ଭାବେ ଇଟାଲୀ ୟୁରୋପୀୟ ସଂଘ ସହିତ କାନାଡା, ଫ୍ରାନ୍ସ, ଜର୍ମାନୀ, ଜାପାନ, ବ୍ରିଟେନ ଓ ଆମେରିକା ସମେତ ସାତଟି ପ୍ରମୁଖ ଅର୍ଥନୀତି ଗୋଷ୍ଠୀର ସମାବେଶ ଆୟୋଜନ କରିଥିଲା। ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ମେଲୋନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ ଏବଂ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଶକ୍ତି ଏବଂ ଗୁଇନ୍ଦା ସହଯୋଗ ଉପରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର