ଲକ୍ଷ୍ନୌ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଉତ୍ତରପ୍ରଦେଶରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ରାହୁଲ ଗାନ୍ଧୀ ଆଜି ଖେରି , ଉନ୍ନାଓ ଏବଂ କାନପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଥିବାବେଳେ ପ୍ରିୟଙ୍କା ଖାଗା, ଗାଜିପୁର ଏବଂ ଫତେପୁରରେ ରୢାଲି କରିଛନ୍ତି। ସେହିପରି ମାହୋବା ଜିଲ୍ଲାରେ ପ୍ରିୟଙ୍କା ଆଜି ରୋଡ୍ ସୋ’ କରିଛନ୍ତି। ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ଅଧୀନସ୍ଥ ବାନ୍ଦାରେ ଆଜି ପ୍ରିୟଙ୍କା ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ପ୍ରଧାନ ପ୍ରଚାର ମନ୍ତ୍ରୀ’ ବୋଲି କହିଛନ୍ତି। ମୋଦୀ କାମ କମ୍ କରୁଛନ୍ତି, କିନ୍ତୁ ପ୍ରଚାର ଅଧିକ କରୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ବାନ୍ଦାରେ ବିଜେପି ପାନୀୟ ଜଳକୁ ନଷ୍ଟ କରିଦେଇଛି ବୋଲି ଅଭିଯୋଗ କରି ସେ କହିଛନ୍ତି ଯେ, ଏଠି ମୋଦୀଙ୍କୁ ସ୍ବାଗତ କରିବାପାଇଁ ପାନୀୟ ଜଳକୁ ରାସ୍ତାରେ ଢଳା ଯାଇ ରାସ୍ତା ସଫା କରାଯାଉଛି । ନକାରାତ୍ମକ ରାଜନୀତିର ମୂଳୋତ୍ପାଟନ ହେବା ଦରକାର ଏବଂ ଭବିଷ୍ୟତ ପିଢ଼ି ପାଇଁ ଏବଂ ଦେଶକୁ ସୁରକ୍ଷା ଦେବାପାଇଁ ରାଜନୀତି ବଦଳିବା ଦରକାର ବୋଲି ପ୍ରିୟଙ୍କା କହିଛନ୍ତି। ମୋଦୀ ଜଣେ ଚୌକିଦାର ନା’ ଦିଲ୍ଲୀରୁ ଆସିଥିବା ଜଣେ ସମ୍ରାଟ ତାହା ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଉତ୍ତରପ୍ରଦେଶର ୮୦ ଲୋକସଭା ଆସନରୁ ଏଯାବତ୍ ୨୬ଟି ଆସନରେ ନିର୍ବାଚନ ସରିଛି।
‘ମୋଦୀ ପ୍ରଧାନ ପ୍ରଚାର ମନ୍ତ୍ରୀ’: ପ୍ରିୟଙ୍କା
/sambad/media/post_attachments/wp-content/uploads/2019/04/upppp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)