ମୋଦୀ ନିଜ ବନ୍ଧୁମାନଙ୍କୁ ‘ଧନବୀର’ କରୁଥିବାବେଳେ ଯୁବକମାନଙ୍କୁ ‘ଅଗ୍ନିବୀର’ କରୁଛନ୍ତି : ରାହୁଲ

ନୂଆଦିଲ୍ଲୀ : ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଗ୍ନିପଥ ସ୍କିମକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ମୋଦୀ ସରକାର ନିଜ ବନ୍ଧୁମାନଙ୍କୁ ଧନବୀର ଭାବେ ଗଢିତୋଳୁଥିବାବେଳେ ଦେଶର ଯୁବକମାନଙ୍କୁ ‘ଅଗ୍ନିବୀର’ କରୁଛନ୍ତି ।
ସେ କହିଛନ୍ତି ମେଦୀ ନିଜ ବନ୍ଧୁମାନଙ୍କୁ ୫୦ ବର୍ଷ ପାଇଁ ଏୟାରପୋର୍ଟ କଣ୍ଟ୍ରାକ୍ଟ ଦେଇ ସେମାନଙ୍କୁ ଧନବୀର ବନାଉଛନ୍ତି । ଅନ୍ୟପକ୍ଷରେ ସେ ଦେଶର ଯୁବକମାନଙ୍କୁ ୪ ବର୍ଷିଆ କଣ୍ଟ୍ରାକ୍ଟ ଦେଇ ଅଗ୍ନିବୀର କରୁଛନ୍ତି ।

ଅଗ୍ନିପଥ ସ୍କିମ ବିରୋଧରେ ଆଜି କଂଗ୍ରେସ ପକ୍ଷରିୁ ଦେଶବ୍ୟାପୀ ସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ବିଭିନ୍ନ ରାଜ୍ୟରେ କଂଗ୍ରେସ କର୍ମୀମାନେ ଅଗ୍ନିପଥ ସ୍କିମକୁ ବିରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ଜୁନ ୧୪ ତାରିଖ ଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ । ମାତ୍ର ଏହାକୁ ନେଇ ସାରା ଦେଶରେ ପ୍ରବଳ ବିରୋଧ କରାଯାଉଛି । ବିଶେଷକରି ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହା ବିରୋଧରେ ହିଂସାତ୍ମକ ବିକ୍ଷୋଭ କରାଯାଉଛି ।
ବିରୋଧ ସତ୍ତ୍ବେ ତିନିବାହିନୀ ପକ୍ଷରେ ଅଗ୍ନିପଥ ସ୍କିମ ଅଧିନରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

 

ସମ୍ବନ୍ଧିତ ଖବର