‘ମନ୍‌ କୀ ବାତ୍‌’ରେ କାର୍ଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଦେଶକୁ କୋଭିଡ୍‌ମୁକ୍ତ କରିବା ଲାଗି ଶପଥ ନେବା: ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୭୭ତମ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ୧୯୯୯ ମସିହା କାର୍ଗିଲ ଯୁଦ୍ଧର ବିଜୟକୁ ମନେ ପକାଇ ବୀର ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଯେଉଁ ପରିସ୍ଥିତିରେ ୨୧ ବର୍ଷ ତଳେ କାର୍ଗିଲ ଯୁଦ୍ଧ ଘଟିଥିଲା, ତାହାକୁ ଭାରତ କେବେ ବି ଭୁଲିବନାହିଁ। ପଡ଼ୋଶୀ ସହ ସୁସମ୍ପର୍କ ସ୍ଥାପନ ପାଇଁ ବନ୍ଧୁତ୍ବର ହାତ ବଢ଼ାଇଥିବା ଭାରତକୁ ଏପରି ପଛରୁ ଛୁରୀ ଭୁସିବାର ପରିଣାମ ହିଁ ପାକିସ୍ତାନକୁ ଭୋଗିବାକୁ ପଡ଼ିଥିଲା। କାର୍ଗିଲରେ ହିଁ ଭାରତ ମାଟି ଦଖଲ ପାଇଁ ଯୋଜନାବଦ୍ଧ ଦୁଃସାହସ କରିଥିବା ପାକିସ୍ତାନକୁ ଉଚିତ ଜବାବ ମିଳିଥିଲା ଏବଂ ଭାରତୀୟ ଯବାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ବିଶ୍ବସମୁଦାୟ ଅନୁଭବିପାରିଲେ ବୋଲି ସେ କହିଛନ୍ତି। ଉଚ୍ଚ ବରଫ ପାହାଡ଼ ଉପରେ ଆସ୍ଥାନ ଜମାଇଥିବା ଶତ୍ରୁସୈନ୍ୟମାନଙ୍କୁ ଆମ ଯବାନମାନେ ଯେପରି ଅଦମ୍ୟ ଉତ୍ସାହର ସହ ଦମନ କଲେ ତାହା ହିଁ ଯୁଗେ ଯୁଗେ ଚର୍ଚ୍ଚାର ବିଷୟ ହୋଇ ରହିଥିବ। ସେହିପରି କାର୍ଗିଲ ବିଜୟ ହିଁ ଆମ ଦେଶବାସୀଙ୍କୁ ନିଜ ସଶସ୍ତ୍ରବାହିନୀର ନିଷ୍ଠା ଓ ପରାକ୍ରମ ସମ୍ପର୍କରେ ମନେ ପକାଇ ଦେଉଥିବ ବୋଲି ମୋଦୀ କହିଛନ୍ତି।

Times Now

ଦେଶକୁ କୋଭିଡ୍‌ମୁକ୍ତ କରିବା ଲାଗି ଶପଥ ନେବା: ମୋଦୀ
ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶର ସ୍ବାଧୀନତା ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି। ସେହିଦିନଠାରୁ ଦେଶକୁ ସମ୍ପୂର୍ଣ୍ଣ ମହାମାରୀ କୋଭିଡ୍‌-୧୯ମୁକ୍ତ କରିବା ଲାଗି ସମସ୍ତେ ଶପଥ ନେବାକୁ ପ୍ରଧାନମନ୍ତ୍ରୀ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ଉଲ୍ଲେଖ କରିଛନ୍ତି। ସେହିପରି ପ୍ରତ୍ୟେକ ନିଜର କିଛି କିଛି ଅଙ୍ଗେନିଭା ପ୍ରେରଣାଦାୟକ ଅନୁଭୂତି ବାଣ୍ଟିବାକୁ ମଧ୍ୟ ସେ ଆହ୍ବାନ କରିଛନ୍ତି। ସେଭଳି ଅନୁଭୂତିର ସାମୂହିକ ପ୍ରଭାବ ଅନ୍ୟମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ‘ମନ୍‌ କୀ ବାତ୍‌’ର ସଦ୍ୟ ସଂସ୍କରଣରେ ସେଭଳି ପ୍ରେରଣାଦାୟକ ଅନୁଭୂତି ବାଣ୍ଟିବା ଲାଗି ମୋଦୀ ଗତ ୧୧ ତାରିଖରେ ଦେଶବାସୀଙ୍କୁ ଟ୍ବିଟ୍‌ କରି ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର