ରବିବାର ସଂଧ୍ୟାରେ ସାରାଦେଶରେ ଲକଡାଉନ ମିଆଦ ବଢାଇବା ସଂପର୍କରେ ଘୋଷଣା କରିପାରନ୍ତି ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ସଂଧ୍ୟାବେଳେ ଦେଶରେ ଚାଲିଥିବା ଲକଡାଉନ ମିଆଦ ବଢାଇବା ସଂପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି । ଶନିବାରଦିନ ମୋଦୀ ଭିଡିଓକନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ବେଳେ ହିଁ ଲକଡାଉନ ଅବଧି ବଢାଇବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଲକଡାଉନ ବଢିବା ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ମଧ୍ୟ କେତେକ ସଂକେତ ଦେଇଛିି । ଦେଶରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ କରିବାକୁ ଆହୁରି ୩ ସପ୍ତାହ ଲକଡାଉନ ଆବଶ୍ୟକ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ବିଭିନ୍ନ ରାଜ୍ୟମାନେ ଲକଡାଉନ ଅବଧି ବଢାଇବା ସମ୍ପର୍କରେ ପୂର୍ବରୁ ହିଁ ଦାବି କରିଥିବାରୁ ଲକଡାଉନ ଅବଧି ବଢିବା ନିଶ୍ଚିତ ଜଣାପଡ଼ୁଛି । ଗତ କାଲି ଓଡ଼ିଶା ସରକାର ଲକଡାଉନ ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବଢାଇଦେଇଥିଲେ । ଏହା ସହିତ ଦେଶବ୍ୟାପୀ ଲକଡାଉନ ବଢାଇବାକୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ସେହିପରି ମହାରାଷ୍ଟ୍ର, ପଞ୍ଜାବ, ଦଲ୍ଲୀ, ଉତ୍ତରପ୍ରଦେଶ,ତାମିଲନାଡୁ ମଧ୍ୟ ଲକଡାଉନ ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଗତ ମାର୍ଚ୍ଚ ୨୪ରେ ଦେଶବ୍ୟାପୀ ଲକଡାଉନ କରାଯିବା ବିଷୟରେ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର