ଆମେରିକା ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦୀ

ସିଙ୍ଗାପୁର: ସିଙ୍ଗାପୁରରେ ଅନୁଷ୍ଠିତ ଆସିଆନ୍‌ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକା ଉପରାଷ୍ଟ୍ରପତି ମାଇକେଲ୍‌ ଆର୍‌ ପେନ୍ସଙ୍କୁ ଭେଟି ପ୍ରତିରକ୍ଷା କ୍ଷେତ୍ର ବାବଦରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏହି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି। ମୋଦୀ ଦର୍ଶାଇଛନ୍ତି ଯେ ଭାରତ ଏକ ପ୍ରତିରକ୍ଷା ପେଣ୍ଠସ୍ଥଳୀ ହୋଇପାରିବ। ଏଠାରୁ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରତିରକ୍ଷା ଉପକରଣ ରପ୍ତାନି କରାଯାଇ ପାରିବ। ତେଣୁ ଆମେରିକା ଏଠାରେ ବିପୁଳ ପୁଞ୍ଜିନିବେଶ କରିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି। ପେନ୍ସ କହିଥିଲେ ‌ଯେ କୂଟନୈତିକ ଓ ଅର୍ଥନୈତିକ ଦିଗରୁ ଭାରତ ଉନ୍ନତି କରିଛି। ଉଭୟ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରରେ ଭାରତ ନିଜ ଶକ୍ତି ଦେଖାଇଛି। ଏମିତି କି ମୋଦୀଙ୍କ ଦୃଢ଼ ନେତୃତ୍ବକୁ ମଧ୍ୟ ସେ ପ୍ରଶଂସା କରିଥିବା ବୈଦେଶିକ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର