‘ଗୁରୁଜୀ ପ୍ରଣାମ, ଆପଣଙ୍କ ଆଶୀର୍ବାଦ ଥାଉ’ କହି ଶିକ୍ଷକଙ୍କୁ ମୁଣ୍ଡିଆ ମାରିଲେ ମୋଦୀ

ଅହମ୍ମଦାବାଦ: କୁହାଯାଏ ଜଣେ ଶିକ୍ଷକ ସେତେବେଳେ ସବୁଠାରୁ ଅଧିକ ଖୁସି ହୋଇଥାନ୍ତି, ଯେତେବେଳେ ତାଙ୍କ ଛାତ୍ର ସଫଳତା ପାଏ | ତେବେ ସେହି ଶିକ୍ଷକଙ୍କ ବିଷୟରେ ଚିନ୍ତା କରନ୍ତୁ, ଯେତେବେଳେ ତାଙ୍କ ଛାତ୍ର ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ଓ ଆଶୀର୍ବାଦ ନେବାକୁ ତାଙ୍କ ପାଖକୁ ଆସନ୍ତି | ଆଜି ମୋଦୀ ତାଙ୍କ ପିଲାଦିନର ଶିକ୍ଷକଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଥିଲେ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ନଭସାରିରେ ତାଙ୍କ ଶିକ୍ଷକଙ୍କୁ ଭେଟିଥିଲେ | ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଶିକ୍ଷକଙ୍କୁ ପ୍ରଣାମ କରିଥିଲେ, ସେତେବେଳେ ଶିକ୍ଷକ ତାଙ୍କ ମୁଣ୍ଡରେ ହାତ ଦେଇ ତାଙ୍କୁ ଆଶୀର୍ବାଦ ଦେଇଥିଲେ |

ବଡ଼ନଗରରେ ଯେଭଳି ଛାତ୍ର ଅବସ୍ଥାରେ ମୋଦୀଙ୍କୁ ସେ ଭଲ ପାଉଥିଲେ ଠିକ ସେମିତି ଆଜି ଦେଖିବାକୁ ମିଳିଥିଲା | ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ନଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ’ରେ ଯୋଗ ଦେଇ ୩,୦୫୦ କୋଟି ଟଙ୍କା ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ | ଏହି ଅବସରରେ ମୋଦୀ କହିଛନ୍ତି ଯେ ମୁଁ ଆଜି ଗର୍ବିତ ଅନୁଭବ କରୁଛି ଯେ ଗୁଜୁରାଟ ଛାଡିବା ପରେ ଯେଉଁମାନେ ଗୁଜୁରାଟର ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି |

ଆଜି ଭୁପେନ୍ଦ୍ର ଭାଇ ଏବଂ ସିଆର ପାଟିଲଙ୍କ ଯୋଡି ଯେଉଁ ଉତ୍ସାହର ସହକାରେ ନୂଆ ବିଶ୍ୱାସ ଜାଗ୍ରତ କରିଛନ୍ତି ଏହାର ଫଳସ୍ୱରୂପ ମୋ ସାମ୍ନାରେ ୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି ଓ ଏତେ ବିଶାଳ ଜନସମୁଦ୍ର ପାଲଟିଛି | ମୁଁ ଗର୍ବିତ ଅନୁଭବ କରେ ଯେ ମୁଁ ମୋ ସମୟ ଅବଧିରେ ଯାହା କରିପାରିଲି ନାହିଁ, ଆଜି ମୋର ବନ୍ଧୁମାନେ କରିବାକୁ ସକ୍ଷମ ଅଛନ୍ତି ଏବଂ ଆପଣମାନଙ୍କ ଭଲ ପାଇବା ଦିନକୁ ଦିନ ବଢ଼ୁଥିବାରୁ ଗର୍ବିତ ଅନୁଭବ କରୁଛି |

ସମ୍ବନ୍ଧିତ ଖବର